ବିଜେଡି ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ମିଶନଶକ୍ତି ମହିଳା
by Argus News
Sun, May 26 | 9:06 p.m.

ଅର୍ଗସ ବ୍ୟୁରୋ : ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଗଲେ ମିଶନ ଶକ୍ତି ମହିଳା ? ଖାଲି ଘେରିଗଲେ ତାହା ନୁହେଁ ବରଂ ଏସନ ଗୋଟିଏ ହେଲେ ବି ଭୋଟ ବିଜେଡିକୁ ଯିବନି ବୋଲି ରୋକଠୋକ କହିଦେଲେ । ବିଧାୟକ ପ୍ରାର୍ଥୀ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି କେହି କିଛି ବୁଝିବା ପରିସ୍ଥିତିରେ ନାହାନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମିଶନ ଶକ୍ତିର ଭୋଟ ପାଇବନି ବିଜେଡି ।

ବିଜେଡିର ବଡ଼ ଭୋଟ ବ୍ୟାଙ୍କ ମିଶନ ଶକ୍ତି । କେବଳ ଏମାନଙ୍କ ଲାଗି ଲକ୍ଷାଧିକ ଭୋଟ ପାଉଥିଲା ବିଜେଡି । ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷ ଭାବରେ ହେଉ, ଏମାନଙ୍କ ଲାଗି ହିଁ ରାଜ୍ୟରେ ସରକାର କରିପାରୁଥିଲା ବିଜେଡି । ହେଲେ ସେମାନେ ହିଁ ବିଜେଡିଠୁ ମୁହଁ ଫେରାଇ ଦେଇଥିବାରୁ ନବୀନଙ୍କ ଚିନ୍ତା ଦ୍ଵିଗୁଣିତ ହେଲାଣି । କାରଣ ଏ ଖବର ସେଇଠୁ ଆସିଛି ଯେଉଁଠି ପ୍ରବଳ ଗୋଷ୍ଠୀ କନ୍ଦଳ ଥିବାରୁ ବିଜେଡିର ଲୋକପ୍ରିୟତା କମିଛି । ଆଉ ୨୯ରେ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି ଖୋଦ ପିଏମ ମୋଦି । ତେଣୁ ମିଶନ ଶକ୍ତି ମହିଳାଙ୍କୁ ବୁଝାଇବାକୁ କୌଣସି ମୌକା ଛାଡିନି ବିଜେଡି । ହେଲେ ହେବ କଣ ? କର୍ମୀ ବୁଝିବାକୁ ନାରାଜ ।

ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କୁ SHG ମହିଳା ଜୋରଦାର ବିରୋଧ କରିଥିଲେ । ଖାଲି ବିରୋଧ କରିଥିଲେ ତାହା ନୁହେଁ ବରଂ ୨ ଘଣ୍ଟା ଧରି ପ୍ରଶ୍ନ ବାଣରେ ଘାଇଲା କରିଥିଲେ । କହିଥିଲେ, ୨୫ ବର୍ଷରେ କଣ କରିଛ ଆଗେ କୁହ, ପରେ ଭୋଟ ମାଗିବ ।

କଥା ହେଲା, ଶେଷ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ସପ୍ତାହେ ସମୟ ଥିବା ବେଳେ ପ୍ରଚାର ମଇଦାନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଡେରାବିଷ ଅଂଚଳରେ ଭିନ୍ନଭିନ୍ନ ସ୍ଥାନରେ ବିରୋଧ ହେଉଛି । ଏମିତିକି ଟାଉଟରୀ କଥାବାର୍ତ୍ତା ନକରି କାମ କଣ କରିଛ ତାହାର ହିସାବ ମାଗିଲେଣି ଲୋକେ । ଆଉ ଗ୍ରାଉଣ୍ଡରେ ଏମିତି ବିଷମ ସ୍ଥିତି ଉପୁଯିବ ବୋଲି ବିଜେଡି କେବେ କଳନା କରିନଥିଲା । ହେଲେ ଏବେ ଯେଉଁ ସ୍ଥିତି ହେଲା, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଉପକୂଳରେ ବିଜେଡି ହାରିବା ସ୍ପଷ୍ଟ ।
 


 

ରାଜ୍ୟରେ ଲାଗୁ ହେବ
18m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର