ପୁଣି ଅସାମ୍ବିଧାନିକ କାମ କଲା ବିଜେଡି
by Argus News
Thu, Jun 20 | 8:31 p.m.

ଅର୍ଗସ ବ୍ୟୁରୋ: ସରକାରରେ ଥିଲା ବେଳେ ତ ଯାହା ଅସାମ୍ବିଧାନିକ କାମ କରୁଥିଲା କରୁଥିଲା ଏବେ ବିରୋଧୀ ଦଳ ଆସନରେ ବି ବସିବା ପରେ ସମାନ କାମ କରୁଛି । ଅର୍ଥାତ୍‌ ଯାହା ନିୟମରେ ନାହିଁ ତାହା କରୁଛି ବିଜେଡି । କୁହାଯାଉଛି କି, ୨୪ ବର୍ଷର ଶାସନର ପତନ ପରେ ବିଜେଡିର ମତିଭ୍ରମ ବଢ଼ିବାରେ ଲାଗିଛି । ଦଳ ଏବେ ନିଜର ନେତାମାନଙ୍କୁ ସମ୍ବିଧାନିକ ସ୍ୱୀକୃତି ନଥିବା ପଦବୀର ‘ଲଲିପପ’ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରୁଛି । ଏଇ ଯେମିତି ବିଜେଡିର ରେଢାଖୋଲର ବିଧାୟକ ତଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ କେଶରୀ ଦେବଙ୍କୁ ଆଜି ବିଜେଡି ଏଭଳି ପଦବୀ ଦେଇଛି ଯାହାକି ବିଧାନସଭାରେ ଆଇନସମ୍ମତ କିମ୍ବା ସ୍ୱୀକୃତ ନୁହେଁ ବୋଲି ଜଣାପଡ଼ିଛି ।

ବିରୋଧୀ ଦଳର ନେତା ହେବ କିଏ ? ଏହାକୁ ନେଇ ଅନେକଦିନ ହେଲାଣି ମାନସମନ୍ଥନ ଚାଲିଥିଲା । ହେଲେ ଗତକାଲି ଶଙ୍ଖ ଭବନରେ ବସିଥିବା ବୈଠକରେ ସ୍ପଷ୍ଟ ହୋଇଥିଲା କି ନବୀନ ହିଁ ବିରୋଧୀ ଦଳର ନେତା ବୋଲି । ଏହାପରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଧାୟକ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ କେଶରୀ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି । ତେବେ ବିଧାନସଭାର ରୁଲସ୍ ଅଫ ପ୍ରୋସିଜିଓରରେ ବିରୋଧୀ ଦଳର ‘ଉପନେତା’ କିମ୍ବା ‘ଉପମୁଖ୍ୟ ସଚେତକ’ ଭଳି ପଦବୀ ନଥିଲେ ବି ବିଜେଡି ଏହି ଅଣସାମ୍ବିଧାନିକ ପଦବୀରେ ଦଳର ଦୁଇଜଣ ନେତାଙ୍କୁ ଥଇଥାନ କରିବାକୁ ପଛାଇ ନାହିଁ । ପୂର୍ବରୁ ‘ଫାଇଭ-ଟି’ ଓ ଅନ୍ୟାନ୍ୟ ଅଣସାମ୍ବିଧାନିକ ପଦବୀ ସୃଷ୍ଟି ସହ କାର୍ଯ୍ୟ କରିଥିବା ଭି.କେ ପାଣ୍ଡିଆନଙ୍କ ଚାପରେ ଦୁଇ ଅଣସାମ୍ବିଧାନିକ ପଦବୀରେ ଦଳୀୟ ନେତାଙ୍କ ‌ଥଇଥାନକୁ ବିଜେଡି ବିଧାୟକମାନେ ବି ସହମତି ଦେଇଥିବା କୁହାଯାଉଛି ।

ମୋଟ୍‌ ଉପରେ ବିଜେଡିରେ ଏବେ କିଛି ଠିକ୍‌ଠାକ ନାହିଁ । କାରଣ ସାଧାରଣ ନିର୍ବାଚନର ଫଳ ବାହାରିବାର ପାଖାପାଖି ୧୫ ଦିନ ବିତିଲାଣି । କିନ୍ତୁ ପରାଜୟର କାରଣ ଖୋଜିପାରୁନି ବିଜେଡି । ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା । ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା । କିନ୍ତୁ ସେମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ହେଲେ ଏ ସବୁ ଭିତରେ ଯେଉଁପରି ଭାବରେ ଗତକାଲି ବିରୋଧୀ ଦଳ ନେତା ଚୟନ ହେବା ସହିତ ଅସାମ୍ବିଧାନିକ ପଦ ବଂଟାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ।

 

ପ୍ଲାଣ୍ଟରେ ବିସ୍ଫୋରଣ
17m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
32m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍