ଧରାପଡ଼ିଗଲା ବବିଙ୍କ ବାଲି ଚୋରିର ସ୍କାମ୍‌
by Argus News
Sun, Apr 14 | 5:57 p.m.

ଅର୍ଗସ ବ୍ୟୁରୋ : ବବିଙ୍କ ଛତ୍ରଛାୟାରେ ଦିନ ଦ୍ଵିପ୍ରହରେ ବେଧଡକ ଚାଲିଛି ବାଲି ଚାଲାଣ । ଏଇ ବାଲରେ ମୋଟା ଅଙ୍କର ଟଙ୍କା ବି ରୋଜଗାର ହେଉଛି । କିନ୍ତୁ ଟଙ୍କା ସବୁ ଯାକ କାଳେ ବବିଙ୍କ ପକେଟ୍‌ରେ ପଶୁଛି ।  କାରଣ ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ ହେଉଛି...ଆଉ ଲୋକଙ୍କ ଅଭିଯୋଗ ବାଲି ମାଫିଆଙ୍କ ବସ୍ ବବି ଦାସ ।

ଯାଜପୁର ନିର୍ବାଚନମଣ୍ଡଳୀର କମଳପୁର ଘାଟରେ ଏବେ ବାଲି ଚୋରା ଚାଲାଣ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦିନରେ ନା ବାଲି ଲୋଡିଂ ହେବ ନା ଟ୍ରାନସପୋଟ୍ରିଂ । ହେଲେ ନିୟମକୁ ଫୁ କରି ଚାଲିଛି ବେଆଇନ ବାଲି ଚୋରି ଚାଲାଣ । ବାଲି ଚୋରାଚାଲାଣକୁ ଗାଁ ଲୋକ ପ୍ରତିବାଦ କଲେ ମିଳୁଛି ଧମକ । ତେଣୁ ସବୁ ଦେଖି ବି ଆଖି ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । ଏଠାରେ ପ୍ରଶ୍ନ, କୋର୍ଟଙ୍କ ନିୟମକୁ କାହିଁକି ମାନୁନାହାନ୍ତି ବବି ?  ବାଲି ବିକ୍ରିରେ ବବିଙ୍କ ଭାଗ କେତେ ? ଦିନକୁ କେତେ ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ହେଲେ ପ୍ରଶ୍ନର ଉତ୍ତର ଦେବ କିଏ ?

ମିଲିଭଗତରେ ଚାଲିଛି ବାଲି ଦୁର୍ନୀତି । ରାତି ପାହିଲେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରୁଛନ୍ତି ବବି ବାବୁ । କଥା ହେଲା ବିଜେଡିରେ ପାୱାରଫୁଲ ନେତା... କେତେବେଳେ ଦଳରେ ଅନ୍ୟ ନେତାଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସୁଛନ୍ତି ତ ଆଉ କେତେବେଳେ ମଂଚରୁ ନେତାଙ୍କୁ ଓହ୍ଲାଇ ଦେଇ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ ବବି । ହେଲେ ନିଜ ଜିଲ୍ଲାରେ ଏବେ ଲକ୍ଷାଧିକ ଟଙ୍କା ବାଲି ଦୁର୍ନୀତି କରୁଛନ୍ତି, ଯାହାର ଏକ୍ସକ୍ଲ୍ୟୁସିଭ୍‌ ଭିଡିଓ ଅର୍ଗସ ହାତରେ ଲାଗିଛି । ତେବେ ଏତେ ମାତ୍ରାରେ ରାଜସ୍ଵ ଲୁଣ୍ଠନ କରୁଥିବାରୁ ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ