ଭୃଗୁ ବକ୍ସିପାତ୍ରଙ୍କ ସହ ଏହି 5 ଜଣ ବିଜେଡିର ଲୋକସଭା ପ୍ରାର୍ଥୀ
by Argus News
Wed, Apr 03 | 7:47 p.m.

ଅର୍ଗସ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲୋକସଭା ଓ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । 5ଟି ଲୋକସଭା ଓ 27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  

ଲୋକସଭା ପାଇଁ ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଭଦ୍ରକରୁ ପୁଣି ମଞ୍ଜୁଲତା ମଣ୍ଡଳଙ୍କୁ ମିଳିଛି ଶଙ୍ଖ ଟିକେଟ୍ । ଆଜି ବିଜେପି ଛାଡ଼ି ଶଙ୍ଖ ଧରିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଆସନରୁ ଲୋକସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ସେହିପରି କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ଓ ବରଗଡ଼ରୁ ପରିଣୀତା ମିଶ୍ର ହୋଇଛନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ।

ପୂର୍ବରୁ ବିଜେଡି ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଏହାର ଅର୍ଥ ଦଳ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୦ଟି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ଏବେ କେବଳ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ରହିଛି।

ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ