ବବିଙ୍କ ନାଁ ଶୁଣି ରାଗି ପଂଚମ ହେଲେ ଭୋଟର
by Argus News
Sun, Apr 14 | 5:38 p.m.

ଅର୍ଗସ ବ୍ୟୁରୋ :  ଗ୍ରାଉଣ୍ଡ ଜିରୋରେ ବବିଙ୍କୁ କେମିତି ଭଲ ପାଉଛନ୍ତି ତାଙ୍କ ନିର୍ବାଚନମଣ୍ଡଳିର ଲୋକେ । କାରଣ ତିନି ତିନିଥର ବିଧାୟକ ହେବା ପରେ ବି କେମିତି ଲୋକଙ୍କ ଲାଗି କିଛି କଲେନି । ବରଂ ସରକାରୀ ଯୋଜନାକୁ ବାଟମାରଣା କରି ନିଜ ପକେଟ୍‌ ଗରମ କଲେ । ଏ କଥା ଆମେ ନୁହେଁ ବରଂ ଖୋଦ ଭୋଟର ଭାଇ, ମାଆ ମାନେ କହୁଛନ୍ତି । ଖାଲି କହୁଛନ୍ତି ନୁହେଁ , କେମିତି ସମ୍ବଲପୁରରେ ସେ ହାରିବେ ସେନେଇ ପ୍ରାର୍ଥନା କରୁଛନ୍ତି । ଯାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ।

ବିଜେଡି ସରକାର ଉପରେ ବିମୁଖ ହେଲେଣି ଭୋଟର । ଖାଲି ବିମୁଖ ହେଲେନି ତାହା ନୁହେଁ ବହୁତ ଦିନ ହେଲାଣି ଭୋଟ୍‌ ଦେଉଛୁ, ଏଥର ସରକାର ବଦଳାଇବୁ ବୋଲି କହିଲେଣି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ୨୫ ବର୍ଷର ସ୍ଥିର ସରକାର ପରେ ବି ରାଜ୍ୟର ଯେମିତି ଉନ୍ନତି ହେବାର କଥା ସେମିତି ହୋଇନି କି ଲୋକଙ୍କୁ ଯାହା ସୁବିଧା ମିଳିବାର କଥା ମିଳିନି । ସେଇଥି ଲାଗି ତ ବିଜେଡି ସରକାର ଉପରେ ରାଗି ପଂଚମ ହେଲେଣି ଲୋକେ । ଏହାସହ ନିଷ୍ପତ୍ତି ନେଇଛନ୍ତି ଏଥର ହଟାଇବୁ ବିଜେଡି ସରକାର । 

ପ୍ରଣବ ପ୍ରକାଶ ଦାସ । ଯାଜପୁର ବିଧାୟକ ତଥା ବିଜେଡିର ପାୱାରଫୁଲ ନେତା । ଏବେ ଦଳ ତାଙ୍କୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ସେ ଜୋରସୋରରେ ପ୍ରଚାର ବି କରୁଛନ୍ତି । ହେଲେ ସେ ପ୍ରଚାର ସମୟରେ କେମିତି ଜନଆକ୍ରୋଶର ଶିକାର ହେଉଛନ୍ତି ସେ ଦୃଶ୍ୟ ଆମେ ଅନେକ ଥର ଦେଖାଇଛୁ । କିନ୍ତୁ ଏବେ ହୋମ ଡିସଷ୍ଟ୍ରିକ୍‌ରେ ବବି ଯେମିତି ବୋଲ୍ଡ ହେଲେଣି ସମ୍ବଲପୁରରେ ବି ସେମିତି ବୋଲ୍ଡ ହେବେ ବୋଲି ଲୋକେ କହିଲେଣି । ତେବେ ସମୟ କହିବ ରାଜନୈତିକ ପାଣିପାଗ ଯାଉଛି କୁଆଡ଼େ ?
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ