ବିଜେଡିର ମିଛ ମହିଳା ସଶକ୍ତିକରଣ ନାରା
by Argus News
Wed, Apr 17 | 7:59 p.m.

ଭୁବନେଶ୍ୱର: ସଶକ୍ତଙ୍କୁ ଆହୁରି ଶକ୍ତି ଦେଇ ବିଜେଡି କରୁଛି ମିଛ ମହିଳା ସଶକ୍ତିକରଣର ପ୍ରଚାର । ବାପା ପରେ ଝିଅ, ସ୍ଵାମୀ ପରେ ସ୍ତ୍ରୀ ନହେଲେ ଅନ୍ୟ ସମ୍ପର୍କୀୟଙ୍କୁ ମିଳିଛି ଟିକେଟ । ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା କହିଥିଲା ବିଜେଡି । ଏବେ ଯାଏଁ ଘୋଷିତ ୧୨୬ ଆସନରେ ୨୭ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ ।  ବିଜେଡିର ମିଛ ମହିଳା ସଂରକ୍ଷଣର ଖୋଲିଲା ପୋଲ୍ । ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ ପରିବାରବାଦକୁ ପ୍ରୋତ୍ସାହନ ଦେଇଛି ଶଙ୍ଖ ଦଳ । ବର୍ତ୍ତମାନ ସୁଦ୍ଧା ୧୨୬ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା ଥିବା ବେଳେ ସେଥିରୁ ୨୭ ଜଣ ଅଛନ୍ତି ମହିଳା ପ୍ରାର୍ଥୀ । କିନ୍ତୁ ଏହି ୨୭ ଜଣ ମହିଳାଙ୍କ ମଧ୍ୟରୁ ୧୭ ଜଣ ଅର୍ଥାତ ୬୩ ପ୍ରତିଶତ ପ୍ରାର୍ଥୀ ପୂର୍ବତନ ବିଧାୟକ ଓ ସାଂସଦ ମାନଙ୍କର ଝିଅ ନହେଲେ ସ୍ତ୍ରୀ । ଥରେ ନଜର ପକାନ୍ତୁ କିଏ ସେହି ମହିଳା ପ୍ରାର୍ଥୀ।

ଝାରସୁଗୁଡା ପ୍ରାର୍ଥୀ ଦିପାଳୀ ଦାସ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ । ବ୍ରଜରାଜନଗରରୁ ଟିକେଟ ପାଇଛନ୍ତି ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି । ପୂର୍ବତନ ବିଧାୟକ ସୁବଳ ସାହୁଙ୍କୁ ସ୍ତ୍ରୀ ରିତା ସାହୁଙ୍କୁ ବିଜେପୁରରୁ ପ୍ରାର୍ଥୀ କରିଛି ଦଳ । ଟିଟିଲାଗଡ ଆସନରେ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ସ୍ତ୍ରୀ ଟୁକୁନି ସାହୁଙ୍କୁ ମିଳିଛି ଟିକେଟ । ଆସ୍କା ବିଧାନସଭାରେ ପୂର୍ବତନ ସାଂସଦ ଲଡୁ କିଶୋର ସ୍ଵାଇଁଙ୍କ ସ୍ତ୍ରୀ ମଞ୍ଜୁଳା ସ୍ଵାଇଁ ହୋଇଛନ୍ତି ପ୍ରାର୍ଥୀ । ସୋରଡା ଆସନରେ  ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ଟିକେଟ କାଟି ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ଵାଇଁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ୨୦୧୯ରେ ପ୍ରାର୍ଥୀ ହୋଇଥିବା ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲତିକା ନାଏକ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ୨୦୧୯ରେ ହାରିଥିବା ସୁବାଷ ଗଣ୍ଡଙ୍କ ସ୍ତ୍ରୀ ନବୀନା ନାଏକଙ୍କୁ ଉମରକୋଟରୁ ଟିକେଟ ଦେଇଛି ବିଜେଡି । ପାରାଦୀପ ଆସନରେ ବିଧାୟକ ସମ୍ବିତ ରାଉତରାୟଙ୍କ ପରିବର୍ତ୍ତେ ତାଙ୍କ ସ୍ତ୍ରୀ ଗୀତାରାଣୀ ରାଉତରାୟ ପ୍ରାର୍ଥୀ ହୋଇଛନ୍ତି ।

ନବରଙ୍ଗପୁରରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ଧର୍ମପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ମିଳିଛି ଟିକେଟ । ମୋରଡା ଆସନରେ ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନଗୋଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ବଡସାହିରେ ପ୍ରାର୍ଥୀ ହୋଇଥିବା ଅନୁସୟା ପାତ୍ର ହେଉଛନ୍ତି ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ରଙ୍କ ସ୍ତ୍ରୀ । ପଦ୍ମପୁର ସିଟରେ ପୂର୍ବତନ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଛନ୍ତି । ଅନୁଗଳ ଆସନରେ ବିଧାୟକ ରଜନୀକାନ୍ତ ସିଂଙ୍କ ସ୍ତ୍ରୀ ସଂଯୁକ୍ତା ସିଂଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଜୟପୁରରେ ପୂର୍ବତନ ବିଧାୟକ ରବି ନନ୍ଦଙ୍କ ସ୍ତ୍ରୀ ଡକ୍ଟର ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି । ସାନଖେମୁଣ୍ଡୀରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କୁ ଟିକେଟ ଦେଇଛି ଦଳ । ବସ୍ତାରେ ଟିକେଟ ପାଇଥିବା ଶୁଭାସିନୀ ଜେନା ପୂର୍ବତନ ବାଲେଶ୍ଵର ସାଂସଦ ରବିନ୍ଦ୍ର ଜେନାଙ୍କ ସ୍ତ୍ରୀ ।   ତେବେ ପ୍ରଶ୍ନ  ବିଧାୟକ, ସାଂସଦ କିମ୍ବା ପୂର୍ବତନ ସାଂସଦଙ୍କ ପରିବାରରୁ ଟିକେଟ ଦେଇ ମହିଳା ସଶକ୍ତକରଣ କେଉଁ ବାର୍ତ୍ତା ଦେଉଛି ବିଜେଡି । ପୂର୍ବରୁ ରାଜନୀତୀରେ ସଶକ୍ତ ଥିବା ନେତାଙ୍କ ପରିବାରର ସଦସ୍ୟକୁ  ଆହୁରି ସଶକ୍ତ  କରି କି ମହିଳା ସଶକ୍ତକରଣ ବାର୍ତ୍ତା ଦେଉଛି ବିଜେଡି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

HANUMAN
3m ago
ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସ
2 CRORE FRAUD
8m ago
୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟା
4 SUSPECTED ISIS
22m ago
ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କବାଦୀ
ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦ