ବିଜେଡି ବିରୋଧରେ ECIଙ୍କ ନିକଟରେ ଫେରାଦ ହେଲା ବିଜେପି
by Argus News
Fri, May 10 | 2:11 p.m.

ଭୁବନେଶ୍ୱର: ନବରଙ୍ଗପୁର ଲୋକସଭାର ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମାଝୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମିଛ ଅଡିଓ ଦେଖାଇ ଲୋକଙ୍କୁ ଭଡକାଇଲେ । ଆଦିବାସୀମାନଙ୍କୁ ଧମକ ଦେଲେ ପ୍ରଦୀପ ମାଝୀ । ବିଜେପି ସରକାରକୁ ଆସିଲେ ବିଭିନ୍ନ ଯୋଜନା ବନ୍ଦ ହୋଇଯିବ ବୋଲି ପ୍ରଦୀପ ମାଝୀ ଲୋକଙ୍କୁ କହି ଭଡକାଇଲେ । କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ନିଆଁ ଲଗା ନେତାଙ୍କୁ ଶାସକ ଦଳ ପ୍ରାର୍ଥୀ କରିଛି । ଇସିଆଇଙ୍କ ପାଖରେ ଅଭିଯୋଗ ପରେ ପ୍ରଦୀପ ମାଝୀ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରୁନାହିଁ ବିଜେପି । 

କାରଣ ନିରୀହ ଆଦିବାସୀମାନଙ୍କୁ ମିଛ କହି ଭଡକାଇଛନ୍ତି ପ୍ରଦୀପ ମାଝୀ । ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରିଛନ୍ତି ପ୍ରଦୀପ ମାଝୀ । ଯାହା ଏକ ଅପରାଧ । ଏଭଳି କରିବା ପାଇଁ ବିଜେଡ଼ି ନେତା ପାଣ୍ଡିଆନଙ୍କ ପ୍ରଚ୍ଛଦ ହାତ ଅଛି ବୋଲି ଅଭିଯୋଗ କରିଛି ବିଜେପି । ତେଣୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି । ନିର୍ବାଚନ ପ୍ରଚାରରୁ ପାଣ୍ଡିଆନଙ୍କୁ ବାହାର କରାଯାଉ ବୋଲି ବିଜେପି ଦାବି କରିଛି । 

ବିଜେଡ଼ି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ନିର୍ବାଚନ ଜିତିବା ପାଇଁ ସରକାରୀ କଳ, ବଳ ବ୍ୟବହାର କରୁଛି ବିଜେଡ଼ି । ଯାହା ବିରୋଧରେ 104ଟି ଅଭିଯୋଗ ପତ୍ର ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । 17 ଜଣ ସରକାରୀ କର୍ମଚାରୀ ନିଲମ୍ବନ ଅଥବା ବହିଷ୍କାର କରାଯାଇଛି । ଆଇଏଏସ, ଆଇପିଏସ, ଓପିଏସ ଏବଂ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ବଦଳି କରାଯାଇଛି । ମିଶନ ଶକ୍ତି ମୁଖ୍ୟ ଅର୍ଥାତ ସଚିବଙ୍କ ଉପରେ ମଧ୍ୟ ଇସିଆଇ ଆକ୍ସନ ନେଇଛନ୍ତି । ହେଲେ କିଛି ଅଧିକାରୀଙ୍କୁ ନେଇ ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟରେ ରଖିଛନ୍ତି । 
 

ଆହୁରି ପଢନ୍ତୁ ଓଡିଶା ଖବର...

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍