ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
by Argus News
Thu, Sep 19 | 8:01 a.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ  ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂଆ ସରକାର। ଫିଟିଛି ଶ୍ରୀମନ୍ଦିର ଚାରିଦ୍ଵାର, ଖୋଲିଛି ରତ୍ନଭଣ୍ଡାର। ସୁରକ୍ଷିତ ହୋଇଛି ଓଡିଆ ଅସ୍ମିତା, ଚାଷୀଙ୍କୁ ମିଳିଛି ସମ୍ମାନ...ସୁଭଦ୍ରା ଦେଖାଇଛି ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାସ୍ତା। ବେଆଇନ ମଦ ଭାଟି ଉପରେ ବୁଲୁଛି ବୁଲଡୋଜର। ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି ଲୋକଙ୍କ ସରକାର। ଏହାସହ ଶ୍ରୀ ମନ୍ଦିର ପରିଚାଳନା ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ଚାଷୀଙ୍କ ବିକାଶ ପାଇଁ ସମୃଦ୍ଧ କୃଷକ ନୀତି ଭଳି କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ରାଜ୍ୟ ସରକାର। 

ସେହିପରି ଓଡିଆ ଅସ୍ମିତା ପ୍ରଚାର ପ୍ରସାର ପାଇଁ ୨୦୦ କୋଟିର କର୍ପସ ଫଣ୍ଡ, ବାର୍ଦ୍ଧକ୍ୟ ଭତ୍ତା ହୋଇଛି ୩୫୦୦ ଟଙ୍କା, ବଢିଛି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ସିଏମ କିଷାନ ଯୋଜନାରେ ୪୬ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଛି ୨୦୦୦ ଟଙ୍କାର ପ୍ରଥମ କିସ୍ତି, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସହ ଜଳସେଚନ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ସରକାର । ଏହାସହ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ଓଡିଶାକୁ ବିକଶିତ କରି ତୋଳିବା ପାଇଁ ଏଭଳି ଅନେକ ପଦକ୍ଷେପ ହାତକୁ ନେଇଛି ବିଜେପି ସରକାର । ତେଣୁ ୧୦୦ ଦିନର ସଫଳତାକୁ ଧୁମଧାମରେ ପାଳନ କରିବେ ବିଜେପି ସରକାର । ଆଜିଠୁ ୨୨ ତାରିଖ ଯାଏଁ, ୪ ଦିନ ଧରି ସାରା ରାଜ୍ୟରେ ପାଳନ ହେବ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମ ।

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ