ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି 
by Argus News
Tue, Apr 16 | 7:28 p.m.

ଭୁବନେଶ୍ୱର:  ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି । କଂଗ୍ରେସଠାରୁ ବି ପଛରେ ପଡ଼ିଛି ବିଜେଡି । ବିଳମ୍ବ ପଛର କାରଣ ଆଶାୟୀ ଓ ଆମଦାନୀ ନେତାଙ୍କ ଅନ୍ତଃ କନ୍ଦଳ । ରାଜନୀତି ସମୀକ୍ଷକଙ୍କ ମତ, ବଢୁଛି ବିଜେପିର ଶକ୍ତି, ଦୁର୍ବଳ ହେଉଛି ଶାସକ ଦଳ, ହଜିଗଲାଣି କଂଗ୍ରେସ । ହାତ ଦଳର ଭୋଟ୍ ସିଧାସଳଖ ବିଜେପିକୁ ଯିବା ନେଇ ଚର୍ଚ୍ଚା ହେଉଛି। ଦ୍ବିତୀୟ ପର୍ଯ୍ୟାୟ ତାଲିକା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣାରେ ଲମ୍ବ ଡ଼ିଆଁ ମାରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୧୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୯ ପ୍ରାର୍ଥୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୧୩୧ ଜଣଙ୍କ ଘୋଷଣା କରିଛି ବିଜେପି । ସେହିପରି କଂଗ୍ରେସ ମଧ୍ୟ ଦୁଇଟି ପର୍ଯ୍ୟାୟରେ ୧୧୯ ଜଣ ପ୍ରାଥିଙ୍କ ନାଁ ଘୋଷଣା କରି ସାରିଛି । କିନ୍ତୁ ବିଜେଡି ଚାରୋଟି ପର୍ଯ୍ୟାୟରେ ପ୍ରାଥି ଙ୍କ ନାଁ ଘୋଷଣା କରିଥିଲେ ତାହା ୧୧୭ ଭିତରେ ସୀମିତ ରହିଛି ।

ଏପରିକି ବିଜେପି ପ୍ରଥମ ପର୍ଯ୍ୟାୟରେ ୨ ତାରିଖରୁ ଘୋଷଣା କରି ସାରିଥିବା ୧୩ ଆସନରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରାଥି ଦେଇ ପାରିନି ବିଜେଡି । ଚିଲିକା,ଖଣ୍ଡପଡା, ପଦ୍ମପୁର, କୁଚିଣ୍ଡା, ଦେବଗଡ଼,ବଡ଼ଚଣା,କୋରେଇ, ନିମାପଡ଼ା, ଅନୁଗୁଳ, ଆନନ୍ଦପୁର,କଣ୍ଟାବାଞ୍ଜି,ରେମୁଣା, ସିମୁଳିଆ ଭଳି ସ୍ଥାନରେ ପ୍ରାଥି ଦେଇ ପାରିନି ବିଜେଡି ।  କୁହା ଯାଉଛି ଅନ୍ତଃ କନ୍ଦଳ ଭୟ ଏବଂ କ୍ୟାଣ୍ଡେଟ ନଥିବାରୁ ଆମଦାନୀ ନେତା ଙ୍କ ଅପେକ୍ଷାରେ କ୍ୟାଣ୍ଡେଟ ଙ୍କ ନାଁ ଘୋଷଣା କରି ପାରୁନି ବିଜେଡି ।  ସେପଟେ 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ , 2014ରେ 26 ପ୍ରତିଶତ ଓ 2019ରେ  16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । କେନ୍ଦ୍ରୀୟ ନେତୃତ୍ବ ନଜରରେ ସବୁଠୁ ୱିକ୍ ପଏଣ୍ଟରେ ଓଡିଶା ଥିବାରୁ ଭୋଟ ହାର ଆହୁରି ଖସି ଏକ ଅଙ୍କକୁ ଖସିଆସିବା ଚର୍ଚ୍ଚା ହେଉଛି । ରାଜ୍ୟରେ କଂଗ୍ରେସ ଭୋଟ ଖସିବାର ବଡ ଲାଭ ବିଜେପି ନେଉଥିବା ବେଳେ ବିଜେଡି ଖାତାକୁ ଅଳ୍ପ ଯାଉଛି । ଏଭଳି ସ୍ଥିତି ରେ ଦେଶ ରେ ଥିବା ମୋଦୀ ହାଓ୍ବା ବିପକ୍ଷରେ କଂଗ୍ରେସ କିପରି ଲଢ଼ିପାରୁଛି ତାହା ଦେଖିବାକୁ ଅପେକ୍ଷା ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

EMPLOYEES
24m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
49m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ