ହରିଆଣା ବିଧାନସଭା ନିର୍ବାଚନ ଲାଗି ଘୋଷଣା ପତ୍ର ଜାରି କଲା ବିଜେପି   
by Argus News
Thu, Sep 19 | 6:33 p.m.

ନୂଆଦିଲ୍ଲୀ:  ହରିଆଣା ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ଘୋଷଣା ପତ୍ର ଜାରି କରିଛି। ଦଳ ଏହାକୁ ସଂକଳ୍ପ ପତ୍ରର ନାମ ଦେଇଛି। ଏଅବସରରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ କହିଛନ୍ତି ଏହା ନିର୍ବାଚନୀ ଘୋଷଣା ପତ୍ର ନୁହେଁ। ସେ ଆହୁରୀ କହିଛନ୍ତି, ଆମେ ୫ ବର୍ଷ ପୂର୍ବେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ।

ତେବେ ବିଜେପି ଏହି ସଂକଳ୍ପ ପତ୍ରରେ ଲାଡୋ ଲକ୍ଷ୍ମୀ ଯୋଜନାରେ ପ୍ରତି ମହିଳାଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା, ସହର ଓ ଗ୍ରାମାଞ୍ଚଳରେ ୫ ଲକ୍ଷ ଘର, ପ୍ରତି ଗ୍ରାମରେ ଅଲମ୍ପିକ ଖେଳ ନର୍ସରୀ ପ୍ରତିଷ୍ଠା କରାଯିବ। ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଜାରି ରହିବ। 2 ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବ। ସେହିପରି ସମସ୍ତ ସରକାରୀ ଡାକ୍ତରଖାନାରେ ଡାଏଲେସିସ ଏବଂ ସମସ୍ତ ଡାକ୍ତରଖାନରେ ମାଗଣାରେ ଡାଏଗ୍ନୋସିସ କରାଯିବ। ଚିରାଗ ଆୟୂଷ୍ମାନ ଯୋଜନାରେ ପ୍ରତି ପରିବାରକୁ ୧୦ ଲକ୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ। 
 ଅଧିକ ପଢନ୍ତୁ ଭାରତ ଖବର

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ