ମିଶନ ଓଡ଼ିଶା ଦଖଲ ପାଇଁ ବିଜେପିର ହାଇଭୋଲଟେଜ ପ୍ରଚାର
by Argus News
Wed, May 08 | 7:33 p.m.

ଅର୍ଗସ ବ୍ୟୁରୋ : ଅମିତ ଶାହ, ନଡ୍ଡା, ମୋଦି, ଜୟଶଙ୍କର ପରେ ଆଜି ଓଡ଼ିଶାରେ ବିଜେପିର ବଳ ବଢ଼ାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାୟଗଡ଼ାରେ ଦଳୀୟ ପ୍ରଚାରର ମଙ୍ଗ ଧରିବା ସହ ଏଥର ଓଡ଼ିଶାରେ ମାହୋଲ ବଦଳିବ ଓ ବିଜେପି ଓଡ଼ିଶାର ସମସ୍ତ ୨୧ଟି ଯାକ ଲୋକସଭା ଆସନରେ ଜିତିବ ବୋଲି ଦମ୍ଭୋକ୍ତି ଭରିଛନ୍ତି ରାଜନାଥ । ବିଜେଡି ସରକାରରେ ଯେଉଁ ସବୁ ସୁବିଧା ମିଳୁନି ବିଜେପି ସରକାର ଆସିଲେ ସେସବୁ ଲୋକଙ୍କୁ ମିଳିବା ନିଶ୍ଚିତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ ।  

ସେପଟେ ବିଜେପି ସରକାରର ସଫଳତା ଗଣେଇବା ସହ କଂଗ୍ରେସ ଉପରେ ମଧ୍ୟ ରାଜନାଥ ନିଆଁବାଣ ହୋଇଛନ୍ତି । କରୋନାର ସଫଳ ମୁକାବିଲା ହେଉ ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଅଣାଯିବା । ଧାରା ୩୭୦ ଉଚ୍ଛେଦ ହେଉ କି ରାମ ମନ୍ଦିର ନିର୍ମାଣ, ଆଦିବାସୀଙ୍କୁ ସମ୍ମାନ କି ଦେଶର ଅର୍ଥନୀତିକୁ ପଞ୍ଚମରେ ପହଞ୍ଚାଇବା ହେଉ । ପ୍ରତ୍ୟେକ କ୍ଷେତ୍ରରେ ମୋଦି ସରକାରର କାମ ସାରା ଦେଶ ଦେଖିଛି । କଂଗ୍ରେସ ୫୦ ବର୍ଷ ଧରି କିଛି କରି ନ ଥିବା ବେଳେ ମୋଦି ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ କେମିତି ଗରିବୀ ରେଖା ତଳୁ ଉପକୁ ଆଣିଛନ୍ତି ତାର ହିସାବ ଥୋଇଛନ୍ତି ରାଜନାଥ । ବିଶେଷ କରି ଦୁର୍ନୀତି ପ୍ରସଙ୍ଗ ଓ ବିଜେପି ଆସିଲେ ସମ୍ବିଧାନ ବଦଳାଇବା ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି ତାର ବି ଭରପୂର ଜବାବ ଦେଇଛନ୍ତି ରାଜନାଥ । 

ସେପଟେ ଛତିଶଗଡ଼଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ କୋଟପାଡ଼ କୁନ୍ଦରା ଓ ନବରଙ୍ଗପୁର ହାଟଭରଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ବିଜେଡି ଓ କଂଗ୍ରେସ ବିରୋଧରେ ବର୍ଷିଛନ୍ତି । ମୋଟାମୋଟି ବିଜେଡିର ଅକଲ ଗୁଡୁମ କଲାଣି ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପନିଂ । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ବିଜେପି ବିଜେପି ସରକାରର ଶପଥ ଗ୍ରହଣ ଲାଗି ଲୋକଙ୍କୁ ନିମନ୍ତ୍ରଣ ଦେଇ ଯିବା ପରେ ଏବେ ବିଜେଡିର ଇକ୍ବେସନ ଗଡ଼ବଡ଼ ପାଇଁ ଫୁଲ୍ ଦମରେ ଲାଗିଛନ୍ତି ବିଜେପି ନେତା । ସେଥିପାଇଁ ତ ଆସନ୍ତାକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପୁରୀ କୃଷ୍ଣ ପ୍ରସାଦରେ ବିରାଟ ସମାବେଶ ପାଇଁ ଆସୁଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନବରଙ୍ଗପୁରର ତିନିଟି ସ୍ଥାନରେ ସଭା କରିବେ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୁଣ୍ଡା ଓ ଖଲ୍ଲିକୋଟରେ କରିବେ ପ୍ରଚାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୦ ତାରିଖରେ ପୁଣି ଥରେ ଓଡ଼ିଶା ଆସି ମୋଦି ଭୁବନେଶ୍ବରରେ ରୋଡ୍ ଶୋ କରିବାକୁ ଥିବା ବେଳେ ୧୧ ତାରିଖରେ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ବିଶାଳ ଜନସଭା କରିବାର କାର୍ଯ୍ୟକ୍ରମ କରିଛି । ସେହିପରି ୧୨ ତାରିଖରେ ପୁଣି ଥରେ ଅମିତ ଶାହଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ । 
 

ମତଦାନ
36m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
46m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର