ଭୋଟରଙ୍କୁ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡିର ଯୋଜନା
by Argus News
Wed, May 15 | 4:43 p.m.

ଅର୍ଗସ ବ୍ୟୁରୋ : ଅପରାଧିଙ୍କୁ ଧରି ପ୍ରଚାର କରୁଛନ୍ତି ଅନନ୍ତ ଜେନା । ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ ଓ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡି ଯୋଜନା କରିଛି ।  ହାରିବା ଭୟରେ ଭୟଭୀତ ହୋଇଯାଇଛି ବିଜେଡି । ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ କରୁଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ଵର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । 

ଗତକାଲି ୟୁନିଟ 6 ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ କର୍ପୋରେଟରଙ୍କ ସ୍ବାମୀ ତଥା ବିଜେଡି ନେତା ମଧୁ ରେଡ୍ଡୀ ଓ ଲିଙ୍ଗା ନାମକ ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ଏବଂ ପ୍ରଚାର ବନ୍ଦ କରିବାକୁ ମଧ୍ୟ କହିଥିଲେ । ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଲେ । ଅଭିଯୋଗ କରିବାରୁ ପୋଲିସ ଉଭୟ ପକ୍ଷକୁ ଗିରଫ କରାଯିବବୋଲି କହିଥିଲା ।  ଅର୍ଥାତ ପୋଲିସ ବିଜେଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୋଲିସ ସହାୟତାରେ ନିର୍ବାଚନ ଜିତିବାକୁ ବିଜେଡି ରଣନୀତି କରୁଛି । ମଧୁ ରେଡ୍ଡୀଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଅଛି । ଯେଉଁ ବନ୍ଧୁକକୁ ଦେଖାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି ମଧୁ ରେଡ୍ଡୀ । ନୟାପଲ୍ଲୀରେ କିଛି ଦିନ ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ନିର୍ବାଚନ ହିଂସା ଓ ଆକ୍ରମଣ ରାଜନୀତିରୁ ବିଜେଡି ବାଦ ରହୁ ବୋଲି ଚେତାବନି ଦେଇଛି ବିଜେପି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ