କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା
by Argus News
Sat, Apr 27 | 2:37 p.m.

ଅର୍ଗସ ବ୍ୟୁରୋ : କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ନେଇ ବର୍ଷିଲେ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବି ନାଏକ । କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା ବବି ଦାସ । କୁମ୍ଭୀର କାନ୍ଦଣା ବନ୍ଦ କରି ୧୮ ପ୍ରତିଶତ ଜିଏସଟିରୁ ରାଜ୍ୟର ଭାଗ ୯ ପ୍ରତିଶତ ଅର୍ଥ କେନ୍ଦୁପତ୍ର ତୋଳାଳୀ ସାମାଜିକ କଲ୍ୟାଣ ପାଣ୍ଠିରେ ପ୍ରଦାନ କରି ଆନ୍ତରିକତା ପ୍ରଦର୍ଶନ କରିବାକୁ ଦାବି କରିଛନ୍ତି । 

ନିଜ ଦୋଷ ଦୁର୍ବଳତା ଓ ଅପାରଗତାକୁ ଲୁଚେଇବା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦି ପଳାୟନପନ୍ଥୀ ସାଜିଛନ୍ତି ବିଜେଡି ନେତା । କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ କେନ୍ଦୁପତ୍ର ତୋଳାଳୀଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହୀତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ଭିତରେ ବାଣ୍ଟି ଦେଉଥିବାବେଳେ ଓଡ଼ିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ଯେଉଁ ବୋନସ ମିଳୁଥିଲା, ତାକୁ ରାଜ୍ୟ ସରକାର କରୋନା ସମୟରେ ଆଳ ଦେଖାଇ କାହିଁକି ୨ ବର୍ଷ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ? । ୩ ବର୍ଷ ହେଲାଣି ସିଜନାଲ ଷ୍ଟାଫଙ୍କ ଦରମା ବୃଦ୍ଧି ନ ହେବା ପଛରେ ଦାୟୀ କିଏ ? । ଆଦିବାସୀମାନଙ୍କୁ ବିଭିନ୍ନ ଲଘୁ ବନ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ସହାୟତା ପାଇଁ ପ୍ରାୟ ୫୦ କୋଟି ଟଙ୍କା ସହାୟତା ମୋଦି ଦେଇଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ରବି ନାଏକ ।

PM
29m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
54m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ