ସତ କହିଲା ବେଳକୁ ଭାରି ବାଧୁଛି 
by Argus News
Mon, Dec 11 | 8:25 p.m.

ଅର୍ଗସ ବ୍ୟୁରୋ: ସତ କହିଲେ ନବୀନ ସରକାରକୁ ଭାରି ବାଧୁଛି । ୨୪ ବର୍ଷର ଶାସନରେ କେମିତି ରାଜ୍ୟର ଉନ୍ନତି ହେବ ସେହି କଥା ଚିନ୍ତା ନକରି କେମିତି ରାଜ୍ୟର ଅବନତି ହେବ ସେଥିରେ ଭାରି ବ୍ୟସ୍ତ ବିଜେଡି ନେତା । ବଲାଙ୍ଗିର ପରି ପଛୁଆ ଜିଲ୍ଲାରେ କୋଟି କୋଟି ଟଙ୍କା ରାଜସ୍ଵ ଫାଙ୍କି ବେପାର ଚାଲିଥିଲା କିନ୍ତୁ କେମିତି ପୋଲିସ କି ପ୍ରଶାସନ ଜାଣିପାରିନଥିଲେ ତାହା ସନ୍ଦେହ ଘେରରେ । କିନ୍ତୁ ଏହି ଘଟଣାରୁ ଯେତେ ଚେଷ୍ଟା କଲେ ବି ହାତ ଝାଡିପାରୁନି ବିଜେଡି । କାରଣ ମନ୍ତ୍ରୀ ଓ ବିଧାୟକମାନେ ମଦର ଗୋଳିଆ ପାଣିରେ ଏମିତି ଫଶିଛନ୍ତି ଯେ ଯେତେ ଗୋଡ ଧୋଇଲେ ପଙ୍କ ଛାଡୁନି । ଆଉ ଟଙ୍କା କାରବାରକୁ ନେଇ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଟ୍ଵିଟ କଲେ ସେତେବେଳେ ବିଜେଡି ନେତାଙ୍କ ଛାତିରେ ପଶିଛି ଛନକା ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡି ନେତାଙ୍କ ଛତ୍ରଛାୟାରେ ମଦ ବେପାରୀ କୁବେର ହେଉଥିଲେ ।  ନିଶରେ ତେଲମାରି ସାଲିସ କରୁଥିଲା ପୋଲିସ । ହେଲେ ଆଇଟି ବିଭାଗ ରେଡ୍‌ ମାରିବା ପରେ ଏବେ ସାମ୍ନାକୁ ଆସିଲା ସତ । ପାଖାପାଖି ୩୪୮ କୋଟି ଟଙ୍କା ମିଳିବା ପରେ ରାଜ୍ୟ ରାଜନୀତିରେ ଜୋର ଧରିଛି ଚର୍ଚ୍ଚା । ବଲାଙ୍ଗିରରୁ କେବଳ ୩୦୫ କୋଟି ମିଳିଥିବା ବେଳେ ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ମିଳିଛି ୩୭ କୋଟି ୫୦ ଲକ୍ଷ । 

ବଲାଙ୍ଗିରରୁ ଟଙ୍କା ରେଡ୍‌ ହେବା ପରେ ବିଜେଡିକୁ କାଠ ଗଡାକୁ ଟାଣିଛି ବିଜେପି । ନୀଳଗିରିର ବିଧାୟକ ସୁକାନ୍ତ ନାୟକ ସିଧାସିଧା କଂଗ୍ରେସର କଳାକାରନାମା କଥା କହିବା ସହ ହାତ ଓ ଶଙ୍ଖ ଭିତରେ କେମିତି ଭିତିରିଆ ସମ୍ପର୍କ ରହିଛି ସେ କଥା ବି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନରେ ବିଜେଡି ଏହି ଟଙ୍କା ବ୍ୟବହାର କରିଥାଆନ୍ତା, କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତି ବି ଥିଲା । ଏମିତି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି ।  ସେପଟେ ପୂରା ଘଟଣାରେ କିନ୍ତୁ ଉଭୟ କଂଗ୍ରେସ କିମ୍ବା ବିଜେଡି ନେତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

VILLAGE
now
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
13m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
26m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା