ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
by Argus News
Sat, May 18 | 6:31 p.m.

ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10 କିଲୋମିଟର ଗଲେ ପଡେ ଏହି ଗାଁ ।  ମାତ୍ର ବିକାଶ ଏଠି ପାଦ ମାଡିନି। ଗାଁକୁ ଯିବାକୁ ନାହିଁ ରାସ୍ତା ଫଳରେ ପ୍ରତିଦିନ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ଗ୍ରାମବାସୀ। ସେଥି ପାଇଁ ବୋଧେ ମାଡାମ ଟୁକୁନିଙ୍କ ଏହି ଗାଁକୁ ପାଦ ପଡିନି। ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ମାଡାମଙ୍କୁ ଦେଖି ନାହାନ୍ତି।

ଜଙ୍ଗଲ ପାହାଡ଼ ଘେରା ଡ଼ୁମଡୁମୀରେ 20 ରୁ ଅଧିକ ପରିବାର ବସବାସ କରନ୍ତି।  ହେଲେ ମୌଳିକ ସୁବିଧା କହିଲେ ଆଯିଯାଏଁ ଗାଁରେ କିଛି ପହଞ୍ଚିନି। ଗାଁରେ ଆଜିବି ଆବାସ ଅପହଞ୍ଚ। ଝାଟିମାଟିର ଚାଳ ଛପର ଘରେ ଏଠି ଆଜିବି ପକ୍କାଘର ଆଶାରେ ଗ୍ରାମବାସୀ। ପାନୀୟ ଜଳ ଯୋଗାଣ ଆଜିବି ଗାଁରେ ଅପହଞ୍ଚ। ବସୁଧା କଣ ଡ଼ୁମଡୁମୀବାସୀ ଯାଣି ନାହାନ୍ତି। କୂଅ ଏବଂ ଚୂଆ ପାଣି ଏଠି ଲୋକଙ୍କ ଶୋଷ ମେଣ୍ଟାଏ। ଗାଁରେ ପାଠପଢିବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ଏବେବି ଏଠାରେ ଅନେକ ଶିଶୁ ପାଠପଢାରୁ ବିଚ୍ୟୁତ। ସେଭଳି ଆଜିଯାଏଁ ଗାଁକୁ ମୋବାଇଲ ନେଟୱର୍କ ମଧ୍ୟ ପହଞ୍ଚିନି। ନାହିଁ ନାହିଁର ଗାଁ ଡ଼ୁମଡୁମୀ। ଏଠି ବିକାଶ ବାଟବଣା ତ ନୁହେଁ ଦିବା ସ୍ବପ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ