ଝାରସୁଗୁଡ଼ାରେ ବିଜେପିର ପାୱାର ସୋ
by Argus News
Sun, Apr 28 | 7:34 p.m.

ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ବିଜେପିର ପାୱାର ସୋ । ବିଶାଳ ଜନ ସମାବେଶ କରି ନିଜର ଦମ ଦେଖାଇଲା ବିଜେପି । ଝାରସୁଗୁଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ନିର୍ବାଚନ ପ୍ରଚାର ଆରମ୍ଭ କଲେ । ସାଙ୍ଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି । 

ଚାରି କିମି ପର୍ଯ୍ୟନ୍ତ ଏକ ବିଶାଳ ରାଲି କରି ବିଜେପି ତାର ପାୱାର ସୋ କରୁଚି । ଝାରସୁଗୁଡ଼ା ଓ ଛତିଶଗଡ ପୋଲିସ ମିଳିତ ଭାବରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ସବୁ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆୟୋଜିତ କାର୍ଯ୍ୟକ୍ରମରେ ପାଞ୍ଚ ହଜାର ବିଜେପି କର୍ମୀ ଯୋଗଦାନ କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ଆଜି ଦମ ଦେଖାଇଛି । ବାଜା ବାଣରେ ପ୍ରଙ୍କପିତ ହେଉଛି ଝାରସୁଗୁଡ଼ା ସହର । ଲୋକଙ୍କ ଆକର୍ଷଣ ପାଇଁ ଆଦିବାସୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଆୟୋଜନ କରାଯାଇଛି ।

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର