ତୃତୀୟ ମହଲାରୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ
by Argus News
Thu, Feb 08 | 8:43 p.m.

ଅର୍ଗସ ବ୍ୟୁରୋ : ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରି ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଗଣତନ୍ତ୍ରର ହତ୍ୟା କିଭଳି ହେଉଛି ତାହା ମଧ୍ୟ  ଲୋକଲୋଚନକୁ ଆସିଛି । ଓଡ଼ିଶାରେ ଅମଲାତନ୍ତ୍ର ଶାସନ ଚାଲିଛି, ଗଣତନ୍ତ୍ରର ଶାସନ ଚାଲିନାହିଁ । ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ । ଯାହାଙ୍କ ହାତରେ ଶାସନର ଡୋରି ରହିଛି, ସେ ଜଣେ ଜନପ୍ରତିନିଧି ନୁହନ୍ତି । ବିକାଶକୁ ରୋକିବା ପାଇଁ ବିଜେଡି ସରକାର ନିର୍ବାଚିତ ଜନପ୍ରତିନିଧିଙ୍କର କ୍ଷମତାକୁ କ୍ଷୁର୍ଣ୍ଣ କରି ତାଙ୍କୁ ଅପମାନିତ କରୁଛନ୍ତି । ପଂଚାୟତର କ୍ଷମତା ଓ ଆର୍ଥିକ ପରିଚାଳନା ଦାୟୀତ୍ୱ ସରକାରୀ କର୍ମଚାରୀଙ୍କ ହାତକୁ ଟେକି ଦିଆଯାଇଛି । ଗ୍ରାମସଭା ଓ ପଲ୍ଲୀସଭାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । 

ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଶାସନ ଚଳାଇବାକୁ ଚାହୁଁଛନ୍ତି ଏବଂ ଜନପ୍ରତିନିଧିମାନଙ୍କୁ ଅଣଦେଖା କରି ତାଙ୍କର ଯାହା ସାମ୍ବିଧାନିକ ଏବଂ ଗଣତନ୍ତ୍ରର ମୁଖ୍ୟ ଦାୟିତ୍ୱକୁ ତୁଲାଇବାକୁ ନଦେବା ପାଇଁ ରାଜ୍ୟ ସରକାରଙ୍କର ବିରାଟ ଷଡଯନ୍ତ୍ର ଚଳାଇଛନ୍ତି । ସରପଂଚମାନଙ୍କ କ୍ଷମତା ହ୍ରାସ ପାଇବା କାରଣରୁ ଗ୍ରାମାଂଚଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ୟାପକ ମାତ୍ରାରେ ଟଙ୍କା ହଡପ୍ କରାଯାଉଛି । ନିର୍ବାଚିତ ପ୍ରତିନିଧିମାନଙ୍କ ବିକାଶମୂଳକ ପ୍ରସ୍ତାବକୁ ଗ୍ରହଣ ନକରି ଦଳୀୟ ଆଧାରରେ କାର୍ଯ୍ୟ କରାଯିବାକୁ ସ୍ଥାନୀୟ ବିଡିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ସହଯୋଗ ମଧ୍ୟ କରୁଛନ୍ତି । ଭତା, ରାସନକାର୍ଡ, ଜିପିଡିପି ବାଧାପ୍ରାପ୍ତ ହେଉଛି । ଏ ନେଇ ସରପଂଚଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ନିର୍ବାଚିତ ଜନପ୍ରତିନିଧିମାନେ ବିଧାନସଭା ଘେରାଓ କରିଛନ୍ତି । 

ରାଜ୍ୟ ସରକାରଙ୍କ ପଂଚାୟତରାଜ ବ୍ୟବସ୍ଥାକୁ ଧ୍ୱଂସ କରିଦେବା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରତିବାଦ କରିବା ସହିତ ୧ଫେବୃୟାରୀ ଦିନ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା । ନିର୍ବାଚିତ ଜନପ୍ରତିନିଧିମାନଙ୍କ ଅସନ୍ତୋଷ ବ୍ୟାପକ ହେବାର ଦେଖି ଏବଂ ନିର୍ବାଚନ ପାଖେଇ ଆସୁଥିବା କାରଣରୁ ରାଜ୍ୟ ସରକାର ପୁଣି ଥରେ ଚଂଚକତା ଆରମ୍ଭ କରିଦେଇଛନ୍ତି । ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ ହଡପ୍ କରିଆସୁଥିବା ଏବଂ ସରପଂଚଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇ ଦେଇଥିବା ବିଜେଡି ସରକାର ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଫେବୃୟାରୀ ୩ ତାରିଖ ଦିନ ତରବରିଆ ଭାବରେ ଏଫଟିଓ (ଫଣ୍ଡ ଟ୍ରାନ୍ସଫର ଅର୍ଡର) ଉପରେ ବିଡିଓଙ୍କ କାଉଂଟର ଦସ୍ତଖତକୁ ପ୍ରତ୍ୟାହାର କରିଛନ୍ତି । ଭୋଟ ସର୍ବସ୍ୱ ଓ ବିକାଶ ବିରୋଧୀ ବିଜେଡି ସରକାରର ଏଭଳି ଆଭିମୁଖ୍ୟକୁ ଗ୍ରାମାଂଚଳବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ନରେନ୍ଦ୍ର ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ଚତୁର୍ଦଶ ଓ ପଂଚଦଶ ଅର୍ଥ କମିଶନରେ ଓଡ଼ିଶାର ୬୭୯୮ଟି ପଂଚାୟତକୁ ଆସୁଥିବା ଅନୁଦାନ ରାଶିର ଅଭିବୃଦ୍ଧି ଘଟିଲା । ୨୦୧୪ ପୂର୍ବରୁ ପଂଚାୟତକୁ ୫ ଲକ୍ଷ ରୁ ୧୫ ଲକ୍ଷ ଭିତରେ ଅର୍ଥ ଆସୁଥିଲା । ଚତୁଦର୍ଶ ଅର୍ଥକମିଶନ ଲାଗୁ ହେଲା ପରେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କାଳରେ ଏହି ଅର୍ଥ ବଢ଼ି ପଂଚାୟତ ପିଛା ୪୦ଲକ୍ଷ ରୁ ୧କୋଟି ଟଙ୍କା ହୋଇଛି । ପଂଚାୟତକୁ ଆସୁଥିବା ଟଙ୍କା ଦେଖି ବିଜୁ ଜନତା ଦଳ ସରକାର ମନରେ ଲୋଭ ହେଲା । ଏହି ଟଙ୍କାକୁ ଲୁଣ୍ଠନ କରିବା ପାଇଁ ଜନପ୍ରତିନିଧିମାନଙ୍କୁ ଆଢ଼ୁଆଳରେ ରଖାଯାଇ ବିଡିଓ ମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ସରକାର ୨ଫେବୃୟାରୀ ୨୦୨୦ମସିହାରେ ନିର୍ଦ୍ଦେଶ ଦେଲେ । ଏହା ସମ୍ବିଧାନର ପରିପନ୍ଥୀ । ଏହିପରି ରାଜ୍ୟ ସରକାର ପଂଚାୟତର କ୍ଷମତା ଓ ଅର୍ଥ ସରକାରୀ କର୍ମଚାରୀଙ୍କ ହାତରେ ଦେଲେ । ତୃତୀୟ ମହଲାରୁ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାକୁ ଆୟତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ୨୦୨୧-୨୨ଲୋକାଲ ଫଣ୍ଡ୍ ଅଡିଟ ରିପୋର୍ଟ ମଧ୍ୟ ପଂଚାୟତ ସମିତିରେ ବ୍ୟାୟକ ଅନିୟମିତତା ଦର୍ଶାଇ ରାଜ୍ୟ ସରକାରଙ୍କୁ ଭର୍ଷଣା କରିଛି । କେନ୍ଦ୍ରରୁ ଆସୁଥିବା ସିଏଫସି ଓ ଏସଏଫସି ପଇସାର ୬୫ଭାଗ ଖର୍ଚ୍ଚ ହୋଇପାରୁ ନାହିଁ । ସରକାର ମାତ୍ର ୮ପ୍ରତିଶତ ୟୁଟିଲାଇଜେସନ ସାର୍ଟିଫିକେଟ୍ ଦାଖଲ କରିପାରିଛନ୍ତି । କୋଟି କୋଟି ଟଙ୍କା ଆତ୍ମସାତ ହେବାର ଲୋକାଲଫଣ୍ଡ ଅଡିଟ ଧରିଛି । ୧୮୫୬କୋଟି ଟଙ୍କାରୁ ୧୧୯୮କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ । ଏହା ବ୍ୟତୀତ କୋଟି କୋଟି ଟଙ୍କାର ଆର୍ôଥକ ଅନିୟମତତା ଏବଂ ହେରଫେର ମଧ୍ୟ ଲୋକାଲ ଫଣ୍ଡ ଅଡିଟ୍ ଦର୍ଶାଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ବରିଷ୍ଠ ନେତା ପୃଥ୍ୱିରାଜ ହରିଚନ୍ଦନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିଠାରୁ ଏକମାସ
21m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
43m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
45m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି