ବିଜେପିର ସଂକଳ୍ପପତ୍ର ଜାରି
by Argus News
Sun, Apr 14 | 10:21 a.m.

ଅର୍ଗସ ବ୍ୟୁରୋ:  ବିକଶିତ ଭାରତ ପାଇଁ ବିଜେପିର ସଂକଳ୍ପପତ୍ର ଜାରି। ଏହା ମଧ୍ୟରେ ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ତା’ର ‘ସଂକଳ୍ପ ପତ୍ର’ ଜାରି କରିଛି । ଏହି ‘ସଂକଳ୍ପ ପତ୍ର’ରେ ବିଜେପି ୧୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ଏହି ଘୋଷଣାପତ୍ରରେ ଦଳ କୃଷକ, ମହିଳାଙ୍କ ଉପରେ ଫୋକସ୍ କରିଛି ।

ରୋଜଗାରର ଗ୍ୟାରେଣ୍ଟି, ୨୦୩୬ରେ ଭାରତ ନେତୃତ୍ୱରେ ଅଲିମ୍ପିକ୍ସ ଆୟୋଜନ, ୩ କୋଟି ଲକ୍ଷପତି ଦିନି ପ୍ରସ୍ତୁତ ପାଇଁ ଲକ୍ଷ୍ୟ, ମହିଳା ସଂରକ୍ଷଣ ଲାଗୁ କରିବା ନେଇ ପ୍ରତିଶ୍ରୁତି, କୃଷି ଭିତ୍ତିଭୂମିର ବିକାଶ କରିବା, ମତ୍ସ୍ୟଜୀବୀଙ୍କ ପାଇଁ ଯୋଜନା, ଇ-ଶ୍ରମ କଲ୍ୟାଣକାରୀ ଯୋଜନାର ଫାଇଦା ପହଞ୍ଚାଇବା, ଯୋଗର ଅଫିସିଆଲ ସାର୍ଟିଫିକେସନ ଦେବା, ୨୦୨୫ ଜନଜାତୀୟର ଗୌରବ ବର୍ଷ, ଓବିସି-ଏସସି-ଏସଟିଙ୍କୁ ପ୍ରତି କ୍ଷେତ୍ରରେ ସମ୍ମାନ, ବିଶ୍ୱରେ ରାମାୟଣ ଉତ୍ସବ ପାଳନ କରାଯିବ, ଗ୍ଲୋବାଲ ମାନୁଫାକଚରିଂ ହବ ପ୍ରସ୍ତୁତି, ଅଯୋଧ୍ୟାର ବିକାଶ, ୱାନ ରେସନ ଓ ୱାନ ଇଲେକ୍ସନ, ରେଲୱେ ୱେଟିଂ ଲିଷ୍ଟର ସମସ୍ୟାକୁ ଦୂର କରିବା, ପୂର୍ବୋତ୍ତର ଭାରତର ବିକାଶ, ଏଆଇ, ସେମିକଣ୍ଡକ୍ଟର ଓ ସ୍ପେସ କ୍ଷେତ୍ରରେ ବିକାଶ କରିବା ଆଦି ପ୍ରସଙ୍ଗ ‘ସଂକଳ୍ପ ପତ୍ରରେ ସ୍ଥାନ ପାଇଛି । ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଯାହାକୁ ଦୃଷ୍ଟିରେ ରଖି ସଂକଳ୍ପପତ୍ର ଜାରି କରିଛି ବିଜେପି।

ପାର୍ଟିର ନେତାଙ୍କ ଅନୁସାରେ ଧାରା 370 ଓ ରାମମନ୍ଦିର ନିର୍ମାଣ ପରି ଜାତୀୟ ସଂକଳ୍ପକୁ ପୂରଣ କରି ବିଜେପି ପ୍ରମାଣିତ କରିଛି ଯେ, ସେ ଯାହା କୁହେ, ତାହା ପୂରଣ କରେ । ଏହି ସଂକଳ୍ପରେ ମୋଦିଙ୍କ ଗ୍ୟାରେଂଟି ହୋଇଛି ଏବଂ ଲୋକଙ୍କୁ ମୋଦି ଗ୍ୟାରେଂଟି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

ମାଓ ପ୍ରବଣ ଅଞ୍ଚଳରେ
57m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ