ଯମୁନାକୁ ଶୁଦ୍ଧ କରିବାକୁ ପ୍ରତିଜ୍ଞା ଦେଲେ ହେମା ମାଳିନୀ
by Argus News
Wed, Apr 03 | 6:54 p.m.

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶର ମଥୁରା ଲୋକସଭାର ସାଂସଦ ହେମା ମାଳିନୀ ନାମାଙ୍କନ ପୂର୍ବରୁ ବୁଧବାର ଯମୁନା ନଦୀରେ ପୂଜାର୍ଚ୍ଚନା କରିଛନ୍ତି । ସେ ଗୁରୁବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ।

ଏହି ଅବସରରେ ସାଂସଦ କହିଛନ୍ତି ଯେ ପ୍ରତ୍ୟେକ ଥର ଭଳି ସେ ନାମାଙ୍କନ ପୂର୍ବରୁ ଯମୁନାଙ୍କୁ ପୂଜା କରିବାକୁ ଆସିଛନ୍ତି । ଗୁରୁବାର ଅର୍ଥାତ ନାମାଙ୍କନ ପତ୍ର ଦାଖଲ କରିବା ଦିନ ବ୍ୟସ୍ତ ରହିବାକୁ ପଡିବ । ସେଥିପାଇଁ ଦିନକ ପୂର୍ବରୁ ସେ ପୂଜାପାଠ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ପୂଜା କରି ବହୁତ ଖୁସି ଲାଗୁଛି ।  

ମଥୁରା ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ହେମା ମାଳିନୀ । ଯମୁନା ନଦୀରେ ନିଜ ସମର୍ଥକଙ୍କ ସହ ବେଶ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଛନ୍ତି ହେମା । ତେବେ ହେମା ମାଳିନୀଙ୍କୁ ଦେଖିବା ପାଇଁ ବେଶ କିଛି ସମୟ ଧରି ଲୋକଙ୍କ ଭିଡ ଜମିଯାଇଥିଲା । 

ନାମାଙ୍କନ ଭରିବା ପୂର୍ବରୁ ଦୀର୍ଘ ସମୟ ଧରି ପୂଜା କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି । ଏହାସହ ଯମୁନା ନଦୀ ଶୁଦ୍ଧ କରିବାକୁ ପ୍ରତିଜ୍ଞା ଦେଇଛନ୍ତି । 

 

ଆହୁରି ପଢନ୍ତୁ ରାଜନୀତି ଖବର...
 

40 FLAMINGOES
19m ago
ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଘଟିଲା ବଡ଼ ଅଘଟଣ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି
MASURA DALI
22m ago
ମସୁର ପେଷ୍ଟ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ
ମସୁରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମସୁର ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାଇବା ତ୍ୱଚା ପାଇଁ ଅନେକ ଲାଭ ଦେଇଥାଏ । ମସୁର ଡାଲି ଭାରତୀ
TRIBAL
34m ago
ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ
ଅର୍ଗସ ବ୍ୟୁରୋ: ପାହାଡିଆ ପଥୁରିଆ ବାଟଦେଇ ଟାଙ୍ଗିରିଆପାଳ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ଆଠ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଡେ "ଅର୍ଜୁନଚୂଆ"ଗାଁ, ଯାହା ହରିଚନ୍ଦନପୁ