TMC ଏମପି ମହୁଆଙ୍କ ବହିଷ୍କାର ପରେ ପିନାକୀଙ୍କୁ ବିଜେପିର ଟାର୍ଗେଟ୍
by Argus News
Sat, Dec 09 | 7:44 p.m.

ଭୁବନେଶ୍ୱର/ନୂଆଦିଲ୍ଲୀ: ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଭଳି ସଂଗୀନ ମାମଲା। ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରୁ ବହିଷ୍କୃତ ହେଲେ। ତାଙ୍କ ସହ ସମ୍ପୃକ୍ତି ନେଇ ଏ ମାମଲାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ମଧ୍ୟ ରହିଛି ସାଂଘାତିକ ଅଭିଯୋଗ। ଏବେ ପିନାକୀଙ୍କ ସମ୍ପୃକ୍ତି ସହ ମନି ଟ୍ରେଲର ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେପି।   ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଲେ। ଆଉ ଦୋଷୀ ପ୍ରମାଣିତ ହେବା ପରେ ସଭ୍ୟପଦ ହରାଇଲେ। ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହେବା ପରେ ଏବେ ବଢ଼ିବାରେ ଲାଗିଛି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ।

ଟିଏମସି ସାଂସଦ ଟଙ୍କା ନେବା ମାମଲାରେ ଉଦ୍ୟୋଗପତି ଦର୍ଶନ ହିରାନନ୍ଦାନି ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ସିବିଆଇ କୋର୍ଟ ଓ ସଂସଦର ଏଥିକ୍ସ କମିଟିକୁ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ମହୁଆଙ୍କ ସହ ଓଡ଼ିଆ ସାଂସଦ ପିନାକୀ ମିଶ୍ରଙ୍କ ସମ୍ପର୍କ ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ପିନାକୀଙ୍କ ଜରିଆରେ ୨ କୋଟି ଟଙ୍କାର ହାୱଲା ଚ୍ୟାନେଲ୍ କାରବାର ହୋଇଥିବା ଅଭିଯୋଗ ରହିଛି । ଏହାକୁ ନେଇ ପୁଣି ସାଂସଦ ପିନାକୀ ମିଶ୍ର ଓ ତାଙ୍କ ଦଳକୁ ଟାର୍ଗେଟ୍ କରିଛି ବିଜେପି। ମନି ଟ୍ରେଲ ଓ ପିନାକୀଙ୍କ ସମ୍ପୃକ୍ତିର ତଦନ୍ତ ସହ ଏ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି।  ମହୁଆ ମୈତ୍ରଙ୍କ ସହ ସମ୍ପୃକ୍ତି ଅଭିଯୋଗର ସତ୍ୟତା ନେଇ ଏଯାଏଁ ସ୍ପଷ୍ଟ ଉତ୍ତର ରଖିନାହାନ୍ତି ପିନାକୀ । ଓଲଟା ପ୍ରେସ୍ ରିଲିଜ ଜାରି କରି ଅଭିଯୋଗ ଆଣୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ସେପଟେ ଏଯାଏଁ ଚୁପ୍ ରହିଥିବା ବିଜୁ ଜନତା ଦଳର ମୁଖପାତ୍ର ଏବେ ପିନାକୀଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।  24 ବର୍ଷ ହେଲା ଦୁର୍ନୀତିକୁ ପ୍ରୋତ୍ସାହନ ଦିଏ ନାହିଁ ବୋଲି ପ୍ରଚାର କରିଆସୁଛି ବିଜେଡି । ପିନାକୀଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ନେଇ ଏଯାଏଁ କାହିଁକି ଚୁପ୍ ରହିଛନ୍ତି ବିଜୁ ଜନତା ଦଳର ମୁଖିଆ ? 

 ଅଧିକ ପଢନ୍ତୁ ଭାରତ ଖବର

2500 ମନ୍ଦିରରେ
26m ago
2500 ମନ୍ଦିରରେ ଏହି ଫୁଲକୁ ନିଷେଧ କରାଯାଇଛି, ଜୀବନ ନେଇଥିବା ଓଲିଏଣ୍ଡର କ’ଣ?
ଅର୍ଗସ ବ୍ୟୁରୋ: କେରଳ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ଦୁଇଟି ମନ୍ଦିର ଟ୍ରଷ୍ଟ ରାଜ୍ୟରେ ଥିବା ମନ୍ଦିରଗୁଡ଼ିକରେ ଓଲିଏଣ୍ଡର (କରବୀର କିମ୍ବା କନେର) ଫୁଲ ଭଗବାନଙ୍କୁ ଚଢ଼ାଇବାରେ ପ୍ରତିବନ୍ଧ
ଲୋକଙ୍କୁ ମୌଳିକ
34m ago
ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ଦୀର୍ଘ ୨୫ବର୍ଷ ଶାସନରେ ମିଛ ପ୍ରଚାର ଓ ପ୍ରତିଶ୍ରୁତି ଶୁଣିଶୁଣି ଅତିଷ୍ଠ ଜନତା । ଭଦ୍ରକ ଜିଲ୍ଲା ଧାମନଗରରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଖୋଲିଲେ ବିଜେଡି ସରକାରର ପୋଲ୍
WEIGHT GAIN
39m ago
ସନ୍ଧ୍ୟାରେ ଭୋକ ଲାଗିଲା ଏହାକୁ ଖାଆନ୍ତୁ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ମୋଟା ପଣ ଗୋଟେ ବଡ ସମସ୍ୟା ସମସ୍ତଙ୍କ ପାଇଁ। କିନ୍ତୁ ସନ୍ଧ୍ୟାରେ ଯଦି ଆପଣ ମାନେ ସ୍ୟସ୍ଥ ଉପଯୋଗୀ ଖାଦ୍ୟ ନଖାଆନ୍ତି । ତେବେ ମୋଟା ପଣ ବଢିଥାଏ । ଅଧିକାଶ