ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ କାଲି ଧାରଣା ଦେବ ବିଜେପି
by Argus News
Sun, Dec 10 | 7:36 p.m.

ଭୁବନେଶ୍ୱର/ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ୟାରେଣ୍ଟି । ଆସନ୍ତାକାଲି ସଂସଦ ଗାନ୍ଧିମୂର୍ତ୍ତି ସାମ୍ନାରେ ଧାରଣା ଦେବ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଏବେ ଟ୍ବିଟ୍ କରି ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଧାରଣାର ସାଇଡ ଇଫେକ୍ଟ ହେବ କି ବିଜେଡି ମୁହାଁ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ଶିବିରରେ କମ୍ପନ। ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହଶହ କୋଟି ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଦୀର୍ଘ 5 ଦିନ ଧରି ଟଙ୍କା ଗଣତି ଚାଲିଥିଲେ ବି ସରୁନି। ଆଇଟି ରେଡରେ କଂଗ୍ରେସ ସାଂସଦଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଥିବାରୁ ସଣ୍ଡୁଆସୀ ଆକ୍ରମଣ କରୁଛି ବିଜେପି। ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଟ୍ବିଟ୍ ପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିଛନ୍ତି ଆଟାକ୍। ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି ହୁଏ ତେବେ ଦୁର୍ନୀତି ବିରୋଧରେ ମୋଦି କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ବୋଲି ଟ୍ବିଟ୍ କରିଛନ୍ତି ନଡ୍ଡା।

ସେପଟେ କଂଗ୍ରେସ ଏଥିରୁ ନିଜକୁ ଦୂରେଇବାକୁ କରିଛି ଚେଷ୍ଟା। ଧୀରଜ ସାହୁଙ୍କ ବ୍ୟକ୍ତିଗଡ଼ ବ୍ୟବସାୟ ସହ ପାର୍ଟିର କିଛି ଲେନ୍ ଦେନ୍ ନାହିଁ ବୋଲି ସଫେଇ ଦେଇଛି ଦଳ। ତେବେ ଚଟୁ ନିରାମିଷ ବେଣ୍ଟ ଆମିଷ ହେବ କିପରି ? ତେଣୁ କଂଗ୍ରେସକୁ ଘେରିବା ପାଇଁ ବିଜେପି କରିଛି ବଡ଼ ରଣନୀତି । ଆସନ୍ତାକାଲି ସଂସଦ ଭବନ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବେ ବିଜେପି ସାଂସଦ।  ସେପଟେ ଖୋଲୁଛି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ଗୁମର। ପଞ୍ଚମ ଦିନରେ ବି ଆୟକର ବିଭାଗର ମାରାଥନ୍ ଚଢାଉ ଜାରି ରହିଛି । ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ ସାମ୍ନାକୁ ଆସିଛି । ଅଭିଯୁକ୍ତ ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ଶହଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ, ପ୍ରଦୀପ ଅମାତ, ଯୋଗେଶ ସିଂଙ୍କ ଭଳି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି । ତେଣୁ ବିଜେପିର ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିର ଶିକାର କେବଳ କଂଗ୍ରେସ ନୁହେଂ ବିଜେଡୁ ଉପରେ ବି ପଡ଼ିବ ବିଜେପି ଆନ୍ଦୋଳନର ସିଧା ସିଧା ପ୍ରଭାବ। କାରଣ ଏଯାଏ ଏ ପ୍ରସଙ୍ଗରେ ମୁହଁ ଖୋଲୁନି ବିଜୁ ଜନତା ଦଳ। 
ଝାଡ଼ଖଣ୍ଡରୁ ଓଡ଼ିଶା ଯାଏ ଲମ୍ବିଛି ସାହୁ ପରିବାରର କଳା ସାମ୍ରାଜ୍ୟ । ଦୀର୍ଘବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରି ଓଡ଼ିଆଙ୍କ ଝାଳବୁହା ଧନ ଲୁଟ ପାଇଁ ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି