ବିମାନରେ ଅଘଟଣ, ଯାତ୍ରୀଙ୍କ ନାକରୁ ପଡିଲା ରକ୍ତ
by Argus News
Tue, Jun 25 | 5:05 p.m.

ଅର୍ଗସ ବ୍ୟୁରୋ:  ବିମାନରେ ଅଘଟଣ। ଏମିତି ହେଲା ଯେ, ଶେଷରେ ବିମାନ ୩୦ ଫୁଟ ଉପରୁ ୯ ଫୁଟ ତଳକୁ ଖସିଲା। ଏହି ସମୟରେ ବିମାନରେ ସମସ୍ତ ଯାତ୍ରୀ ମଧ୍ୟ ଥିଲେ। ତାଇବାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା କୋରିୟାନ ଏୟାରର ବିମାନରେ ଭୟାବହ ପରିସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବିମାନରେ ଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା । ଯାତ୍ରୀଙ୍କ ନାକରୁ ରକ୍ତ ଝରିବା ସହ ସେମାନଙ୍କ କାନରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା । ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିମାନର ପ୍ରେସରାଇଜସେନ ସିଷ୍ଟମରେ ସମସ୍ୟା ହେବାରୁ ବିମାନରେ ଆତଙ୍କ ଖେଳି ଯାଇଥିଲା । ଫଳରେ ବିମାନଟି ଅଚାନକ ୩୦ ହଜାର ଫୁଟ ଉପରୁ ପ୍ରାୟ ୯ ହଜାର ଫୁଟକୁ ଖସି ଆସିଥିଲା । ଏହାଫଳରେ କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା । ଉଚ୍ଚତାରୁ ଅଚାନକ ତଳକୁ ଖସିବା ଯୋଗୁଁ ୨ ଜଣ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସାଙ୍ଗକୁ କାନରେ ଯନ୍ତ୍ରଣା ଏବଂ ଅଶନିଶ୍ୱାସୀ ଅନୁଭବ କରିଥିଲେ । ତେବେ ସୋସିଆଲ ମିଡିଆରୁ ଜଣାଯାଉଛି ଯେ, ଖାଦ୍ୟ ପରଷିବା ପରେ ଏହି ବିମାନ ତଳ ଆଡ଼କୁ ଖସି ଆସିଥିଲା । ଫଳରେ ବିମାନର କ୍ୟାବିନରେ ଆତଙ୍କ ଖେଳି ଯାଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ