ଏଣିକି ଦ୍ବାଦଶ ସହ ଏକାଦଶରେ ବି ହେବ ବୋର୍ଡ ପରୀକ୍ଷା
by Argus News
Sun, Jan 21 | 7:38 p.m.

ଅର୍ଗସ ବ୍ୟୁରୋ: ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଆଉ ରହିବନି ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଚାପ । 2025 ଶିକ୍ଷା ବର୍ଷରୁ ଏକାଦଶ ଶ୍ରେଣୀରେ ବି ହେବ ବୋର୍ଡ ପରୀକ୍ଷା। ଏକାଦଶରେ ବୋର୍ଡ ପରୀକ୍ଷା ଦେବେ କି ନାହିଁ ଏହା ହେବ ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ। ଯେଉଁମାନେ ଏକାଦଶରେ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖିଥିବେ ଦ୍ବାଦଶ ବୋର୍ଡରେ ଭଲ ନକଲେ ବି ଏକାଦଶର ମାର୍କକୁ ଚୂଡ଼ାନ୍ତ ମାର୍କ ଭାବେ ଚୟନ କରିପାରିବେ ।

ଏହାଦ୍ବାରା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଆଉ ବୋର୍ଡ ପରୀକ୍ଷାରେ ପ୍ରଦର୍ଶନକୁ ନେଇ ଟେନସନ ରହିବ ନାହିଁ । ସେମାନେ ପ୍ରବେଶିକା ପରୀକ୍ଷା ଉପରେ ଅଧିକ ଫୋକସ କରିପାରିବେ। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ, ଛାତ୍ରଛାତ୍ରୀ ଓ ଅଭିଭାବକ।

ନୂଆ ଜାତୀୟ ଶିକ୍ଷା ନୀତି 2020ର ପ୍ରସ୍ତାବ ଆଧାରରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ପ୍ରଥମେ ସିବିଏସଇ 2025 ଶିକ୍ଷା ବର୍ଷରେ ଏହି ବ୍ୟବସ୍ଥା ଆରମ୍ବ କରିବ । ପରେ ବିଭିନ୍ନ ରାଜ୍ୟର ଉଚ୍ଚ ମାଧ୍ୟମିକ ବୋର୍ଡ ମଧ୍ୟ ଏହି ସିଷ୍ଟମ ଲାଗୁ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ଆହୁରି ପଢନ୍ତୁ  ଓଡିଶା ଖବର...
 

ମୁମ୍ବାଇରୁ ଲଣ୍ଡନ
7m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
9m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
11m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍