ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା
by Argus News
Thu, Jun 20 | 8:25 p.m.

ଅର୍ଗସ ବ୍ୟୁରୋ : ସାଙ୍ଘାତିକ ହେଲାଣି ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରେ ହିଁ ତେଜିଲାଣି ଅସନ୍ତୋଷ । କାହିଁକି ଏତେ ଲୋକପ୍ରିୟତା ଥିବା ପରେ ବି ଦଳ ହାରିଲା ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହେବା ଭିତରେ ଦଳର ଛାତ୍ର-ଯୁବ ନେତା କିନ୍ତୁ ସିଧାସଳଖ ବବିଙ୍କୁ ଦାୟୀ କରୁଛନ୍ତି । ଖାଲି ଦାୟୀ କରୁଛନ୍ତି ତାହା ନୁହେଁ ବରଂ ଶଙ୍ଖ ଭବନରେ ବବିଙ୍କୁ କ୍ରୀତଦାସ କହି ଛିଗୁଲାଉଛନ୍ତି । ସ୍ଥିତି ଏମିତି ହେଲା ଯେ ଆଗଧାଡ଼ିର ଯୁବ-ଛାତ୍ର ନେତାମାନେ ପରାଜୟ ପାଇଁ ଦାୟୀ ନେତାମାନଙ୍କୁ ସର୍ବସାଧାରଣରେ ଲଜ୍ଜିତ କରିବାକୁ ପଛାଉନାହାନ୍ତି ।

ବିରୋଧୀ ଦଳ ନେତା କିଏ ହେବ ? ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ  ଶଙ୍ଖ ଭବନରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ‘କ୍ରୀତଦାସ, କ୍ରୀତଦାସ’ ଡାକି ଗତକାଲି କିଛି ଯୁବନେତା ଛିଗୁଲେଇଥିବା କଥା ସାମ୍ନାକୁ ଆସୁଛି । ଏପରିକି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବି ସେମାନଙ୍କ ଆକ୍ରୋଶରୁ ବଂଚିନାହାନ୍ତି । ସ୍ଥିତି ଏମିତି ହୋଇଥିଲା ଯେ ଯୁବ-ଛାତ୍ରଙ୍କ ଆକ୍ରୋଶକୁ ଡରି ଦଳର ମିଡିଆ ପ୍ରଭାରୀ ମାନସ ମଙ୍ଗରାଜ ଗତକାଲି ଶଙ୍ଖ ଭବନ ଆସିନଥିବା ଚର୍ଚ୍ଚା ହେଉଛି ।

ବିଜେଡି ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ନବୀନ ଆସିବାର କାର୍ଯ୍ୟକ୍ରମ ଥିଲା । ତେଣୁ ଯୁବ-ଛାତ୍ର ନେତାଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ବିଜେଡି ସୁପ୍ରିମୋ ଆସିବା ପୂର୍ବରୁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଶଙ୍ଖ ଭବନରେ ହଟହଟା ହେବାକୁ ପଡ଼ିଥିଲା । କାରଣ ପୂର୍ବରୁ ବବିଙ୍କ ପାଦ ଛୁଇଁବା ପାଇଁ ବିଜେଡିର ଯୁବ-ଛାତ୍ର ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିଲା, ଏବେ ଦଳର ବିପର୍ଯ୍ୟୟ ପରେ ତାଙ୍କୁ କ୍ରୀତଦାସ କହି ଛିଗୁଲେଇବା ସହ ଦୁର୍ବ୍ୟବହାର କରିବାକୁ ମଧ୍ୟ ବିଜେଡି ନେତାମାନେ ପଛାଉ ନାହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଯାହା କେହି କେବେ କଳ୍ପନା କରିନଥିଲେ, ଗତକାଲି ଶଙ୍ଖ ଭବନରେ ତାହା ହିଁ ହେଲା । ଏଥର ଲୁଚାଛପାରେ ନୁହେଁ ବରଂ ଖୁଲମଖୁଲା ବବିଙ୍କୁ କ୍ରୀତଦାସ କହି ବାରମ୍ବାର ଚିଲେଇବା ପରେ ବବି ଅନ୍ୟ ଉପାୟ ନପାଇ ଉପର ମହଲାରେ ଥିବା ନିଜ ଚାମ୍ବରକୁ ପଳାଇଥିବା ସୂଚନା ମିଳିଛି । ତେବେ ବିଧାୟକ ଦଳ ବୈଠକରେ ବବିଙ୍କୁ ଏଣ୍ଟ୍ରି ପାଇଁ ଅନୁମତି ମିଳିନଥିଲା । ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଦଳର ବିଧାୟକମାନଙ୍କ ବୈଠକରେ କେବଳ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ହେଲେ ହଠାତ୍‌ କାହିଁକି ବବିଙ୍କ ସହ ଏମିତି ବିଷମସ୍ଥିତି ଉପୁଜିଲା ତାହାକୁ ନେଇ ଚର୍ଚ୍ଚା ଜୋର । କିନ୍ତୁ ଏନେଇ ଦଳର ନେତା କିମ୍ବା ବବିଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

ପ୍ଲାଣ୍ଟରେ ବିସ୍ଫୋରଣ
21m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
36m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍