ପୃଥିବୀକୁ ସୁରକ୍ଷିତ ଭାବେ ଫେରିଲା ବୋଇଙ୍ଗ ଷ୍ଟାର ଲାଇନର
by Argus News
Sat, Sep 07 | 1:35 p.m.

ଅର୍ଗସ ବ୍ୟୁରୋ:ସୁନିତାଙ୍କ ବିନା ପୃଥିବୀକୁ ଫେରିଲା ଷ୍ଟାର ଲାଇନର୍।ତିନିମାସ ଧରି ମହାକାଶରେ ଅଟକି ରହିଥିବା ଷ୍ଟାରଲାଇନର୍ କୌଣସି କ୍ରୁ ସଦସ୍ୟଙ୍କ ବିନା ସ୍ପେସ୍ ଷ୍ଟେସନ ଛାଡି ସୁରକ୍ଷିତ ଭାବେ ପୃଥିବୀ ଫେରିଛି। ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ନିରାପଦ ଭାବେ ଲ୍ୟାଣ୍ଡି କରିଛି। ଶୁକ୍ରବାର ଦିନ ଆମେରିକାର ସମୟ ସନ୍ଧ୍ୟା ୬ଟା ୦୪ରେ ଷ୍ଟାରଲାଇନର୍ ସଫଳତାର ସହିତ ସ୍ପେସ୍ ଷ୍ଟେସନ୍ ଛାଡିଥିଲେ । ରାତି ୧୧ଟା ୧୭ରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା।  ଜୁନ୍ ୫ରେ ମହାକାଶକୁ ଯାଇଥିଲେ ସୁନିତା ଏବଂ ତାଙ୍କ ସାଥି । ତାଙ୍କ ମହାକାଶର ମିଶନ ରହିଥିଲା ୮ ଦିନ। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି  କାରଣରୁ ଏମାନଙ୍କୁ ଫେରାଇ ଆଣିବାରେ ଅସଫଳ ହୋଇଥିଲା ଫଳରେ ମହାକାଶରେ ଫସିରହିଥିଲେ ସୁନୀତା । ବର୍ତ୍ତମାନ ସୁନୀତା ଏବଂ ତାଙ୍କ ସାଥିଙ୍କୁ ନଆଣି ପ୍ରଥମେ  ଷ୍ଟାରଲାଇନର ପୃଥିବୀକୁ ଫେରିଛି।

 ମହାକାଶ ଯାନରେ ହିଲିୟମ ଲିକ ହେବା ଫଳରେ ଉଭୟ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ କରାଯାଇଥିଲା । ତ୍ରୁଟି ସୁଧାରିବାକୁ ଅନେକ ଚେଷ୍ଚା କରାଯାଇଥିଲେ ମଧ୍ୟ ଶେଷରେ ତାହା ହୋଇପାରିନଥିଲା ସୁନୀତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରିକ୍ସ ନେଇନଥିଲା ନାସା।ସୁନୀତା ୱିଲିୟମ୍ସ ଏବଂ ବୁରି ୱିଲମୋରଙ୍କୁ ସ୍ପେସ୍ ଷ୍ଟେସନରେ ପାଞ୍ଚରୁ ଛଅ ମାସ ବିତାଇବାକୁ ପଡିବ।
ସୁନୀତା ଏବଂ ୱିଲମୋର ୨୦୨୫ରେ ଏଲନ୍ ମସ୍କଙ୍କ ସ୍ପେସଏକ୍ସ କ୍ରିଉ-୯ ଯାନ ଯୋଗେ ପୃଥିବାକୁ ଫେରାଇ ଆଣାଯାଇଥିବା ଯୋଜନା କରାଯାଇଥିବା କହିଛନ୍ତି ନାସା ମୁଖ୍ୟ। ସୁନୀତା ସୁରକ୍ଷିତ ଭାବେ ପୃଥିବୀରୁ ଫେରିଆସନ୍ତୁ ବୋଲି ଆଶା ରଖିଛନ୍ତି  ବିଶ୍ବବାସୀ

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ