ଡୋମ୍ବିବଲୀରେ ବିସ୍ଫୋରଣ, ୭ ଜଣଙ୍କ ମୃତ୍ୟୁ ସହ ୪୮ରୁ ଅଧିକ ଆହତ
by Argus News
Thu, May 23 | 9:25 p.m.

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ର ଡୋମ୍ବିବଲୀରେ ବଡ଼ ଧରଣର ବିସ୍ଫୋରଣ । ଠାଣେ ଜିଲ୍ଲାର ଆମୁଦାନ କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୮ରୁ ଅଧିକ ଆହତ ହୋଇଛନ୍ତି । ଆଜି ଦିନ ପ୍ରାୟ ଗୋଟାଏରେ କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା ।  

ପାଖରେ ଥିବା କାର ଶୋ'ରୁମ ସମେତ ୩ଟି ବିଲ୍ଡିଂରେ ମଧ୍ୟ ନିଆଁ ଲାଗି ଯାଇଥିଲା । କାର୍‌ ଶୋ’ରୁମ୍‌ରେ ଥିବା ୧୨ରୁ ଅଧିକ ଗାଡ଼ି ପୋଡ଼ି ଯାଇଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ମଧ୍ୟ ଭାଙ୍ଗି ଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

୧୫ ଟି ଦମକଳ ବାହିନୀ ପ୍ରାୟ ୩ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ । ଏବେବି ଫ୍ୟାକ୍‌ଟ୍ରୀରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।  ମାମଲାର ତଦନ୍ତ ଜାରି ରହିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । 

ତିହାର ଜେଲରୁ ମୁକୁଳି
ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ
ଅର୍ଗସ ବ୍ୟୁରୋ: ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତ
ଅନ୍ତର୍ଜାତୀୟ କ୍ରିକେଟର
ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ
ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ଦଳ ଟି-୨୦ ବିଶ୍ବକପ ୨୦୨୪ ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲର
ଲୋକସଭାରେ ରାହୁଲ
ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା: ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି । ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍