ଜନ୍ମଦିନରେ ଅନୁପମଙ୍କ ଘୋଷଣା, ତାନଭି ଦି ଗ୍ରେଟ୍ ପାଇଁ ଦେବେ ନିର୍ଦ୍ଦେଶନା
by Argus News
Thu, Mar 07 | 6:40 p.m.

ଅର୍ଗସ ବ୍ୟୁରୋ: ୬୯ ବର୍ଷରେ ପାଦ ଥାପିଲେ ଅନୁପମ ଖେର୍ । ଜନ୍ମଦିନର ଠିକ୍ ପୂର୍ବ ଦିନ ଅନୁପମ୍ ଖେର୍ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ ନୂଆ ଘୋଷଣା କରିଛନ୍ତି । ତାନଭି ଦି ଗ୍ରେଟ୍ ପାଇଁ ସେ ନିର୍ଦ୍ଦେଶନା ଦେବା କଥା କହିଛନ୍ତି ।  

ଅନୁପମ ଖେର ଏକ୍ସରେ କହିଛନ୍ତି ଯେ, ସେ 'ତାନଭି ଦି ଗ୍ରେଟ୍' ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଆଉ ସେ କହିଛନ୍ତି ଆଜି ମୋର ଜନ୍ମଦିନରେ ମୁଁ ଖୁସିରେ ଫିଲ୍ମର ନାମ ଘୋଷଣା କରିଛି (ତାନଭି ଦି ଗ୍ରେଟ୍) ଯାହା ମୁଁ ନିର୍ଦ୍ଦେଶନା ଦେବାକୁ ଯାଉଛି। ତାନଭି ଦି ଗ୍ରେଟ୍ ହେଉଛି ଏକ ସଂଗୀତ କାହାଣୀ ଉପରେ ଆଧାରିତ । ସେ ଗତ କିଛି ବର୍ଷ ଧରି ଉତ୍ସାହ ସହ ସୁଖରେ ଏହି ସଂଗୀତ କାହାଣୀ ଉପରେ କାର୍ଯ୍ୟ କରୁଛନ୍ତି । ଶେଷରେ ମହାଶିବତ୍ରୀଙ୍କ ଶୁଭ ଦିନରେ ଆସନ୍ତାକାଲିଠାରୁ ସୁଟିଂ ଆରମ୍ଭ ହେବ। 

ପୂର୍ବରୁ 2002ରେ ଅନୁପମ ଖେର୍ ଙ୍କର 'ଓମ ଜୟ ଜଗଦୀଶ' ନାମକ ଏକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ତିନି ଭାଇଙ୍କ କାହାଣୀ ଥିଲା । ଯାହାର ଚରିତ୍ରରେ ଅନିଲ କପୁର୍, ଫର୍ଦ୍ଦିନ ଖାନ ଏବଂ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ । ମହିମା ଚୌଧୁରୀ, ଉର୍ମିଲା ମାତୋଣ୍ଡକର ଏବଂ ତର ଶର୍ମା ଅଭିନୟ କରିଥିଲେ । ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।

ଆହୁରି ପଢନ୍ତୁ ମନୋରଞ୍ଜନ ଖବର...
 

ମତଦାନ
21m ago
ପ୍ରଥମ ପର୍ଯ୍ୟାୟ ମତଦାନ; 11.30 ସୁଦ୍ଧା ୨୩.୨୮ % ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮ % ମତଦାନ ହୋଇଛି । ECI ଆପ୍‌ରୁ ମତଦାନ ନେଇ ସୂଚନା ମିଳିଛି । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦% ମତଦାନ ହୋଇଛି । ନର୍ଲା ୨୬.୪୬%
ASTHAMA
27m ago
ଆସ୍ତମା ଥିଲେ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ
ଅର୍ଗସ ବ୍ୟୁରୋ: ଖରା ଗରମ ଏବଂ ଆର୍ଦ୍ରତା ଦ୍ଵାରା ଶ୍ୱାସକ୍ରିୟା ଜୋରେ କିମ୍ଵା ଧିରେ ହୋଇଥାଏ । ଯାହା ଆସ୍ତମା ରୋଗୀ ମାନଙ୍କର ଆହୁରି ଅଧିକ ଖରାପ କରିପାରେ । ଡିହାଇଡ୍ରେସନ୍ ଏବଂ ତାପମାତ୍ର
ମନମୋହନ ସାମଲ
41m ago
ହତାଶ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ବିଜେଡି ସରକାର
ଭୁବନେଶ୍ୱର: ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହତାଶ ନିରାଶ ଅବସ୍ଥାରେ ବିଜେଡ଼ି ସରକାର ପହଂଚିଛନ୍ତି