ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଇଣ୍ଟରଭ୍ୟୁରେ ହେଲେ ଇମୋଶନାଲ
by Argus News
Thu, Nov 30 | 2:36 p.m.

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ କିଏ ଭଲ ନ ପାଏ। ଦେଖିବାକୁ ଭାରି ସୁନ୍ଦରୀ ଆଉ ଅଭିନୟ ମଧ୍ୟ ଜବରଦସ୍ତ। ୟାମି ଗୌତମ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନାହାନ୍ତି। ସେ  କଠିନ ପରିଶ୍ରମ ଏବଂ ନିଜର ଆତ୍ମବିଶ୍ବାସ ଦ୍ୱାରା ହିଁ ଫିଲ୍ମ ଜଗତରେ ଏକ ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତେବେ ଆରମ୍ଭରୁ କିନ୍ତୁ ତାଙ୍କ ରାସ୍ତା ସହଜ ନଥିଲା। ୟାମି ତାଙ୍କ କ୍ୟାରିୟର ଆରମ୍ଭରେ ଅନେକଥର ଫ୍ଲପ ହୋଇଥିଲେ। ଏପରିକି ସେ ନିର୍ଦ୍ଦେଶକଙ୍କୁ ଏକ ପ୍ରଶ୍ନ ପଚାରିବାରୁ ତାଙ୍କୁ ଏକ ଟିଭି ସୋ’ରୁ ବାହାର କରି ଦିଆଯାଇଥିଲା

ତା’ପରେ ଏକ ସମୟ ଆସିଲା ଯେତେବେଳେ ୟାମି  ଅଭିନୟ ଛାଡି କୃଷି କ୍ଷେତ୍ରରେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ।  କିନ୍ତୁ ତା’ପରେ ‘ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍’ ଏବଂ ‘ବାଲା’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କଲା, ଯାହା ୟାମିଙ୍କ କ୍ୟାରିୟରର ଦିଗ ବଦଳାଇ ଦେଲା। ଜଣେ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ୟାମି। ପାହାଡି ଝିଅ ହୋଇଥିବାରୁ ୟାମି ମୁହଁରେ ରୋକଠୋକ ଭାବେ ଉତ୍ତର ଦେବାକୁ ଭଲ ପାଆନ୍ତି। ୟାମିଙ୍କର ଆଉ ଗୋଟିଏ କଥା ହେଉଛି ସେ ଗାଈ ବାଛୁରୀଙ୍କୁ ଭାରି ଭଲ ପାଆନ୍ତି। 
୨୮ ନଭେମ୍ବର, ଅର୍ଥ‌ାତ ଆଜି ନିଜର ୩୫ ତମ ଜନ୍ମଦିନ ପାଳନ କରୁଥିବା ୟାମି ଏକ ଇଣ୍ଟରଭ୍ୟୁରେ ଏହି ସବୁ କଥା କହିଛନ୍ତି। ଆଜି ବଲିଉଡର ଜଣେ ବରିଷ୍ଠ ତଥା ଦକ୍ଷ ଅଭିନେତ୍ରୀ ୟାମି ତାଙ୍କ କ୍ୟାରିୟରର ସମସ୍ତ ଖରାପ ମୁହୂର୍ତ୍ତ ବିଷୟରେ କହିଥିଲେ। ଯେତେବେଳେ ତାଙ୍କୁ ପ୍ରଶ୍ନ ପଚରାଯିବା ପାଇଁ ତାଙ୍କୁ ଟିଭି ସୋ’ରୁ ବାହାର କରି ଦିଆଯାଇଥିଲା, ସେ ବିଷୟରେ କହି ୟାମି ଇମୋସନାଲ ହୋଇ ଯାଇଥିଲେ।

ସେ  ଟିଭି ସୋ’ରୁ ହିଁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଆରମ୍ଭରୁ ତାଙ୍କର ତିନୋଟି ସୋ ଖୁବ୍ କମ୍ ସମୟ ମଧ୍ୟରେ ବନ୍ଦ ହୋଇ ଯାଇଥିଲା। ୟାମି ଟିଭିରେ କାମ କରୁଥିଲେ ସତ, କିନ୍ତୁ ସେ କିଛି ଅଲଗା କରିବାକୁ ଚାହୁଁଥିଲେ। ସେ ପ୍ରତିଦିନ ସମାନ କାମ କରି ଥକି ଯାଇଥିଲେ। ଏଭଳି ପରିସ୍ଥିତିରେ ୟାମି ଗୌତମ ସୁଟିଂରୁ ସମୟ ବାହାର କରି ଫିଲ୍ମ ପାଇଁ ଅଡିସନ ଦେବା ଆରମ୍ଭ କରିଥିଲେ। କିନ୍ତୁ ବହୁ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୟାମୀଙ୍କର ଆଉ ଗୋଟିଏ ଭଲ ଗୁଣ ହେଉଛି ସେ ଯେତେବେଳେ ମ୍ୟାରେଜ କଲେ ଏକଦମ ସିମ୍ପଲ। ଆଉ ତାଙ୍କ ମା'ଙ୍କ ଓ୍ବେଡିଂ ଶାଢ଼ୀରେ ୟାମୀ ବିବାହ କରିଥିଲେ।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 


 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି