ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ପକ୍ଷରୁ ୩୦କେଜି ଗଞ୍ଜେଇ ସହ ବାଇକ୍ ଜବତ । ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ପରିମାଣ ୩୦କେଜି ୩ଶହ ଗ୍ରାମ ହୋଇଥିବା ଜଣା ପଡ଼ିଛି । କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସ୍ ଜୁରାମୁଣ୍ଡା ଗ୍ରାମ୍ୟ ରାସ୍ତା ରେଳ ଧାରଣା ନିକଟରେ ଚଢ଼ାଉ କରିଥିଲେ । ୨ଜଣ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଉକ୍ତ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାଞ୍ଚ ପରେ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଜବତ ଗଞ୍ଜେଇର ପରିମାଣ ୩୦କେଜି ୩ଶହ ଗ୍ରାମ ହୋଇଥିବା ଜଣା ପଡ଼ିଛି । ଗିରଫ ମାଫିଆ ମାନେ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା (୨୪) ଓ ବହିରା ଗ୍ରାମର ପ୍ରକାଶ କଲତା (୩୦) ବୋଲି ଜଣା ପଡ଼ିଛି । ଏନେଇ ବାଉଁଶୁଣି ଥାନାରେ ୮୮/୨୪ ରେ ଏକ ମାମଲା ରୁଜୁ କରାଯାଇ ଚାଲାଣକାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଛନ୍ତି ।