ଶୁକ୍ରବାର ୪୪ ଓ ଶନିବାର ୪୫ ଡିଗ୍ରୀ ଛୁଇଁଲା ପାରଦ
by Argus News
Sat, Apr 20 | 9:00 p.m.

ଅର୍ଗସ ବ୍ୟୁରୋ : କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରାରେ ଆକ୍ତାମାକ୍ତା ହେଲେଣି ରାଜ୍ୟବାସୀ । ଦିନକୁ ଦିନ ତାପମାତ୍ରା ବଢୁଥିବାରୁ ବାହାରକୁ ଯିବାକୁ ଛାନିଆ ହେଉଛନ୍ତି ଲୋକେ । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ, ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ବୌଦ୍ଧ ଜିଲ୍ଲା । ଶୁକ୍ରବାର ଜିଲ୍ଲାର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଶନିବାର ମଧ୍ୟ ସ୍ଥିତି ସମାନ। ବୌଦ୍ଧ ଜିଲ୍ଲା ଏବେ ସାଜିଛି ତତଲା କଢେଇ । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବାରୁ  ତ୍ରାହୀ ତ୍ରାହୀ ଡାକିଲେଣି ଲୋକେ । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ବୌଦ୍ଧ ଜିଲ୍ଲାବାସୀ । 

ସକାଳ ୮ଟାରୁ ପଦାକୁ ବାହାରି ହେଉନଥିବାବେଳେ ପଂଖା କୁଲର ମଧ୍ୟ କିଛି କାମ ଦେଉନାହିଁ । ପ୍ରବଳ ଖରରେ ଗାଁ ଗାଁରେ ଜଳକଷ୍ଟ ଭୋଗୁଛନ୍ତି ଲୋକେ । ପରିବେଶବିତଙ୍କ ମତରେ ଜିଲ୍ଲାରେ ପ୍ରବାହିତ ମହାନଦୀ ଯୋଗୁଁ ତାପମାତ୍ର ବୃଦ୍ଧି ପାଉଛି । ଜିଲ୍ଲାର ଉତ୍ତର ଦିଗରେ ପଶ୍ଚିମରୁ ପୂର୍ବକୁ ୧୧୦ କିଲୋମିଟର ମହାନଦୀ ଲମ୍ବି ରହିଛି । ମହାନଦୀର ବାଲୁକାଶଯ୍ୟା ଓ ପଥର ଅଧିକ ମାତ୍ରାରେ ତାପ ସୃଷ୍ଟି କରି ବାୟୁ ମଣ୍ଡଳର ଉଷ୍ଣତା ବୃଦ୍ଧି କରୁଛି ।

ଅଧିକ ପଢନ୍ତୁ : ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା

ଏହା ସହିତ ଜଙ୍ଗଲରେ ଅବାଧ ଗଛକଟା ଯୋଗୁଁ ଉତ୍ତାପ ସୃଷ୍ଟି ହୋଇଛି । ପୂର୍ବରୁ ମହାନଦୀରେ ବର୍ଷସାରା ପାଣି ଭରପୁର ରହୁ ଥିବାରୁ ବାଲି ଓ ପଥର ନଦୀର ଜଳ ଶଯ୍ୟାରେ ବୁଡି ରହୁଥିଲା ଫଳରେ ତାପ ମାତ୍ର ହ୍ରାସ ପାଉଥିଲା ।  ମହାନଦୀରେ ଜଳସ୍ତର ହ୍ରାସ ପାଇବାରୁ ହଜାର ହଜାର ହେକ୍ଟର ବାଲୁକା ଶଯ୍ୟା ସୃଷ୍ଟି ସହିତ ପଥର ଗୁଡିକ ପ୍ରାୟ ୬ମାସ ଧରି ସୂର୍ଯ୍ୟ ଉତ୍ତାପରେ ଉତ୍ତପ୍ତ ହୋଇ ତାପମାତ୍ରା ବୃଦ୍ଧି କରୁଛି ।  ଯଦି ଆଗାମୀ ଦିନରେ ନୂତନ ଜଙ୍ଗଲ ସୃଷ୍ଟି ସହିତ ମାନବ ସମାଜ ସଚେତନ ନ ହୁଏ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ସହିତ ଯିବ ଜଗତ ଓ ପରିବେଶ ଉପରେ ଗ୍ରୀଷ୍ମ ପ୍ରଭାବ ଅଧିକ ପଡିବ ଏକଥାକୁ ଏଡାଇ ଦିଆଯାଇ ନପାରେ ।  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ