ଭାଇବୋହୂ ଓ ପୁତୁରାକୁ ହତ୍ୟା କଲା ଦେଢଶୁର
by Argus News
Fri, Apr 26 | 9:42 p.m.

ସମ୍ବଲପୁର : ଭାଇବୋହୁ ଓ ପୁତୁରା କୁ ହତ୍ୟା କଲା ଦେଢଶୁର। ଗୋବିନ୍ଦପୁର ଥାନା ଗରପୋଷ ଫାଣ୍ଡି ଦଲକିବାହାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଦେଢଶୁର ଲୋଚନ ପିଙ୍ଗ ନିଜର ଭାଇବୋହୁ ପୁର୍ଣିମା ପିଙ୍ଗ ଓ ଏକବର୍ଷ  ର ପୁତୁରା ଅଂଶୁକୁ କୁରାଢ଼ୀ ରେ ହାଣି ହତ୍ୟା କରିଛି। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ହତ୍ୟା ର କାରଣ ଅସ୍ପଷ୍ଟ । ଦଲକିବାହାଲ ଗ୍ରାମ କିସାନପଡ଼ାର ୱାର୍ଡ ସଭ୍ୟ ପରମେଶ୍ବର ପିଙ୍ଗ ଘରେ ନଥିବା ସମୟରେ ପୂର୍ଣ୍ଣିମା ଓ ୧ ବର୍ଷର ପୁଅ ଅଂଶୁଙ୍କୁ ଅଭିଯୁକ୍ତ ଦେଢଶୁର ଲୋଚନ ପିଙ୍କ ଏକ କୁରାଢ଼ିରେ ପ୍ରଥମେ ପୂର୍ଣ୍ଣିମାକୁ ବିଭତ୍ସ ଭାବରେ ହତ୍ୟା କରିଥିଲା।

ପରେ ପାଖରେ ଥିବା ୧ବର୍ଷର ଶିଶୁ କାନ୍ଦିବାରୁ ତାକୁ ମଧ୍ୟ ହତ୍ୟା କରିଛି।  ଘଟଣା ସମ୍ପର୍କରେ ଖବର ପାଇ କୁଚିଣ୍ଡା ଏସଡିପିଓ, ଗୋବିନ୍ଦପୁର ଆଇଆଇସି ଓ ଗଡ଼ପୋଷ ଫାଣ୍ଡି ଅଧିକାର ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଅଭିଯୁକ୍ତ  ଲୁଚି ପଳାଥିବା ବେଳେ ବହୁ ଖୋଜାଖୋଜି ପରେ ପୋଲିସ କାବୁ କରିବାରେ  ସଫଳ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ପରେ ସତ୍ୟ ସାମ୍ନାକୁ ଆସିବା ନେଇ ପୋଲିସ ସୂଚନା ଦେଇଛି।  

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

HELICOPTER CARRYING
24m ago
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍