ବ୍ରାଉନ୍‌ସୁଗାର ନେଟୱାର୍କ : ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ
by Argus News
Mon, Mar 11 | 9:17 p.m.

ଅର୍ଗସ ବ୍ୟୁରୋ : ଜେଲ ଭିତରେ ଚାଲିଥିଲା ଖୁଲମଖୁଲା ବ୍ରାଉନ୍‌ସୁଗାର । ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଖୋର୍ଦ୍ଧା ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କାଳୁଚରଣ ଭୂୟା, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠୀ, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାଏକ, ଏସ୍‌କେ ଆକ୍ରମ ଓ ଅମିତ ସାହୁ । ଏଥି ସହିତ ପୋଲିସ ଜେଲରୁ ଆଉ ୯ଟି ମୋବାଇଲ ଜବତ କରିଛି । ଏହି ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ୭ ଜଣ ଗିରଫ ହୋଇଛନ୍ତି । ଏଥି ସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ବ୍ରାଉନ୍‌ସୁଗାର କାରବାର ମାମଲାର ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିବା । ଅଭିଯୁକ୍ତମାନଙ୍କୁ ଜେରା ବେଳେ ସେମାନେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୭ ଜଣଙ୍କର ନାମ ଖୁଲାସା କରିଥିଲେ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ବହୁ ଚର୍ଚ୍ଚିତ ‘ପାକୁ’ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀ ମନୋରଞ୍ଜନ ପ୍ରଧାନ ଓରଫ୍‌ ମିକି, ସଞ୍ଜୟ ପ୍ରଧାନ ଓରଫ୍‌ ସଞ୍ଜୁ, ସେକ୍ ଜାଫର ଓରଫ୍‌ ବାବୁ ଏବଂ ମିକିର ବଡ଼ ଭାଇ ଲକ୍ଷ୍ମୀଧର ପ୍ରଧାନ ଓରଫ୍ ଲକି ।

PHASE 4 POLLING
5m ago
ଦେଶରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ । ଇଭିଏମରେ ସିଲ୍ ହୋଇଛି ୧୭ ଶହ ୧୭ ପ୍ରାର୍ଥୀଙ୍କ ଭାଗ୍ୟ । ଚତୁର୍ଥ ପର୍ଯ୍ୟାୟରେ ୬୨.୮୪ ପ୍ରତିଶତ ମତଦାନ ହୋଇଛି । ନିର୍ବାଚ
DHARMENDRA PRADHAN
11m ago
ଶାସକ ଦଳ ଯେତେ ଗାଳି ଦେଲେ ବି ଓଡ଼ିଶାର ବିକାଶ ପାଇଁ ମୁଁ ମୁଣ୍ଡ ନୂଆଁଇବି ନାହିଁ : କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଦୀର୍ଘ ୨୫ ବର୍ଷର ସରକାରରେ ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ଏକ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଏହି ସବୁ ମୌଳିକ ସମସ୍ୟା ଉପରେ ପ୍ରଶ୍ନ କଲ
SUSHIL KUMAR MODI
17m ago
ପରଲୋକରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କର ପରଲୋକ ହୋଇଛି । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ସେ ୭୨ ବର୍ଷ ବୟସରେ ପ୍ରା