ଯାଜପୁର ବସ ଟ୍ରାଜେଡି; କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳର ତଦନ୍ତ ଆରମ୍ଭ
by Argus News
Thu, Apr 18 | 9:54 p.m.

ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ମାମଲାରେ ଘଟଣାସ୍ଥଳରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ତଦନ୍ତ ଆରମ୍ଭ କରିଛି । ଆଜି ଅପରାହ୍ନରେ ୨ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ବାରବାଟୀ ଛକ ନିକଟ ଦୁର୍ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଅନୁଧ୍ୟାନ କରିଥିଲେ ।

ଓଭର ବ୍ରିଜ ଉପରେ ରହି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଏହାର ବୈଜ୍ଞାନିକ କାରଣ ଖୋଜିଥିଲେ । ପରେ ଜାରକା ବିଟ୍ ହାଉସ ପରିସରରେ ଥିବା ଦୁର୍ଘଟଣାଗ୍ରସ୍ତ ବସଟିର ଅନୁଧ୍ୟାନ କରିବା ସହ ଫଟୋ ଉଠାଇଥିଲେ । 

ଏହି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ, କଟକ ଏମଭିଆଇ, ଧର୍ମଶାଳା ଥାନା ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗତ ୧୫ ତାରିଖ ରାତି ସମୟରେ ପୁରୀରୁ କୋଲକତା ଅଭିମୁଖେ ଯାଉଥିବା ଏକ ବସ ବାରବାଟୀ ଛକ ନିକଟରେ ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଓଲଟି ପଡିଥିଲା । ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ଏହି ଦୁର୍ଘଟଣା କାହିଁକି ଓ କିପରି ଘଟିଲା ଏନେଇ ଚାଲିଛି କାରଣ ଖୋଜା ।

ଆହୁରି ପଢନ୍ତୁ ଓଡିଶା ଖବର...
 

SP
12m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
28m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
49m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍