ବାବା କହିଲେ, ପୂଜା କଲେ ବାତ୍ୟା ପଳାଇବ !
by Argus News
Tue, Oct 22 | 7:17 p.m.

ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଭାରତୀୟ ପାଣିପାଗ ସଂସ୍ଥା ସ୍ପଷ୍ଟ କରିସାରିଛି ବାତ୍ୟା ସୁନିଶ୍ଚିତ । ସରକାର ମଧ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି କଲେଣି । କିନ୍ତୁ ଏହାରି ଭିତରେ ପୁରୀରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ସିଂହଦ୍ଵାର ସାମ୍ନାରେ ଜଣେ ସାଧୁ ପୂଜା କରିବା ସହିତ ହୋମଯଜ୍ଞ କରୁଛନ୍ତି । ଦାବି କରିଛନ୍ତି ଏହି ପୂଜା ଦ୍ଵାରା ସମ୍ଭାବ୍ୟ ଟଳିଯିବ । 

ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ । କାରଣ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ । ସମୁଦ୍ର ଭିତରର ଜଳବାୟୁ ଉଷ୍ମ ଥାଏ । ତେଣୁ ବାତ୍ୟା ପାଇଁ ପାଗ ପୁରା ଅନୁକୂଳ । ତେଣୁ ଏବେ ସେହି ଅକ୍ଟୋବରରେ ପୁଣି ଥରେ ବାତ୍ୟା ହେଉଛି । କଥା ହେଲା ବାତ୍ୟା ଆସିବା ପୂର୍ବରୁ ଉପକୂଳବାସିନ୍ଦା ଛାନିଆ ହେଲେଣି । ସରକାରୀସ୍ତରରେ ବି ସବୁ ପ୍ରକାର ପ୍ରସ୍ତୁତି ହେଲାଣି । ହେଲେ ପୁରୀର ପୂଜା ଚର୍ଚ୍ଚା ବଢାଇଛି । ମନେଥିବ ନିଶ୍ଚୟ, ୧୯୯୯ ମସିହାରେ ଯେତେବେଳେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ଜ୍ୟୋତିଷଙ୍କ କଥାରେ ପୂଜାର୍ଚ୍ଚନା କରି ରାତିରେ ଶୋଇ ପଡିଥିଲେ , ଆଉ କାଳ ରାତିରେ ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିଲା ବାତ୍ୟା । ଏବେ  ପୁଣି ବାତ୍ୟା ଆସୁଛି , ହେଲେ ପୁରୀରେ ସାଧୁ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

ମୋଟ୍‌ ଉପରେ ବାତ୍ୟା ଆସୁଥିବାରୁ ଏବେ ପୁରା ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଏହାରି ଭିତରେ ପ୍ରସ୍ତୁତି ବି ଚାଲିଛି । ଅବଶ୍ୟ ସାଧୁ ଜଣଙ୍କ ପୁରାପୁରି ଭାବରେ କହିନାହାନ୍ତି କି ବାତ୍ୟା କୁ ଟାଳିଦେବେ ବୋଲି କିନ୍ତୁ କହିଛନ୍ତି, ତାଙ୍କର ହୋମଯଜ୍ଞ ପ୍ରଭାବରେ ସମୁଦ୍ର ଜୁଆର ଶାନ୍ତ ହେବ । 

 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର