T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର
by Argus News
Mon, Oct 07 | 10:33 p.m.

ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଏହି ମ୍ୟାଚରେ ବିଜୟ ଭେଟି ଦେଇଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚରେ ବିଜୟୀ ହେବା ସହ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି କ୍ୟାପଟେନ ସୂର୍ଯ୍ୟ। ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ନାମରେ ଏକ ବିଶାଳ ରେକର୍ଡ ସାମିଲ ହୋଇଛି । ଏହି ମ୍ୟାଚରେ ମାତ୍ର ୧୪ଟି ବଲରୁ ୨ଟି ଚୌକା ଏବଂ ୩ଟି ଛକା ମାରିଥିବା ସୂର୍ଯ୍ୟକୁମାର ୨୦୭.୧୪ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥିଲେ । ଏହାସହିତ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କୁ ପଛରେ ପକାଇ ଏହି ମହାରେକର୍ଡ ନିଜ ନାମରେ କରିଛନ୍ତି ସୂର୍ଯ୍ୟକୁମାର ।

ଗ୍ୱାଲିୟରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୩ଟି ଛକା ମାରିବା ସହ ସୂର୍ଯ୍ୟକୁମାରଙ୍କ ନାମରେ ଏକ ବଡ଼ ରେକର୍ଡ ସାମିଲ ହୋଇଛି । ବର୍ତ୍ତମାନ ସୁଦ୍ଧା ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହି ମ୍ୟାଚ ପରେ ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ଛକା ସଂଖ୍ୟା ୧୩୯ରେ ପହଞ୍ଚିଛି । ଏହାସହିତ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଜୋସ୍ ବଟଲରଙ୍କୁ ପଛରେ ପକାଇ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ବଟଲର ବର୍ତ୍ତମାନ ସୁଦ୍ଧା ମୋଟ ୧୩୭ଟି ଛକା ମାରିବାରେ ସଫଳ ହୋଇଛନ୍ତି।

ଟି-୨୦ କ୍ରିକେଟ ଇତିହାସରେ ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତର ପୂର୍ବତନ ଅଧିନାୟକ(ଟି-୨୦) ରୋହିତ ଶର୍ମା।  ରୋହିତ ନିଜ ଟି-୨୦ କ୍ୟାରିୟରରେ ୨୦୫ଟି ଛକା ମାରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨୦୦ଟି ଛକା ମାରିବାରେ ସଫଳ ହୋଇନାହାନ୍ତି । ତେବେ ଟି-୨୦ ବିଶ୍ୱକପ ୨୦୨୪ରେ ଚମ୍ପିଆନ୍ ହେବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ରୋହିତଙ୍କ ପରେ ୧୭୩ ଛକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମାର୍ଟିନ ଗପ୍ଟିଲ । ତେବେ ତୃତୀୟ ସ୍ଥାନରେ ୧୪୪ ଛକା ସହନିକୋଲାସ ପୁରନ୍ ଥିବା ବେଳେ ଚତୁର୍ଥ ଏବଂ ପଞ୍ଚମରେ ସୂର୍ଯ୍ୟକୁମାର ଏବଂ ବଟଲର ସ୍ଥାନ ପାଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

T-20 କ୍ରିକେଟରେ
T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର
ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋର
ଗୋରୁ ଚାଲାଣ
ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ପୋଲିସ ଏକ ଗୋରୁ ବୋଝେଇ ଜବତ କରିବା ସହ ସହ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଥାନା ସନ୍ଧିଜୋର ଗାଁର ଶ୍ରୀତ
ଗ୍ରାହକଙ୍କୁ ଝଟକା
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ