ଟ୍ରଲର୍ ପଛରେ ପିଟି ହେଲା କାର: ଜଣେ ମୃତ, ୩ ଆହତ 
by Argus News
Sun, Mar 24 | 3:45 p.m.

ଖୋର୍ଦ୍ଧା: ଟ୍ରଲର୍ ପଛରେ ପିଟି ହୋଇଗଲା କାର୍ , ଘଟଣା ସ୍ଥଳରେ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ  ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅଧିନସ୍ଥ ଗୈ।ରଚନ୍ଦ୍ରପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ୨ ଯୁବକ ଓ ୨ ଜଣ ଯୁବତୀ ଏକ କାର୍ ଯୋଗେ ଭୁବନେଶ୍ୱର ରୁ ଚିଲିକା ଭ୍ରମଣରେ ଯାଉଥିବା ବେଳେ ଅଧାବାଟରେ ଘଟିଲା ଦୁର୍ଘଟଣା । ମୃତ ଯୁବକ ଜଣକ ଧାମନଗର ସ୍ଥିତି ଜାହାଙ୍ଗୀର ଅଞ୍ଚଳର ଶୁଭକାନ୍ତ ରାଉତ ଙ୍କର ୨୮ ବର୍ଷର ପୁଅ ଅମରଜ୍ୟୋତି ରାଉତ ।

ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର ରତ୍ନାକର ସାମନାରାୟ ଙ୍କର ୨୪ ବର୍ଷର ପୁଅ ଦିପ୍ତୀ ସାମନାରାୟ । ଠିକ୍ ସେହିପରି ଆହତ ହୋଇଛନ୍ତି ୨ ଜଣ ଯୁବତୀ ହେଉଛନ୍ତି ରଞ୍ଜିତା ନାୟକ ଓ କୋମଲ ଶର୍ମା ଏମାନଙ୍କ ଘର କଳାହାଣ୍ଡି ଅଞ୍ଚଳର । ମୈ।ଜ-ମଜଲିସ୍  କରିବା ପାଇଁ ପରିବାର ଲୋକଙ୍କ ଅଗୋଚରରେ ଏମାନେ ଚିଲିକା ଭ୍ରମଣରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାନ୍ଦପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

RAHUL
57m ago
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର