୩୦ କେଜି ଗଞ୍ଜେଇ ସହ କାର ଜବତ 
by Argus News
Wed, Feb 14 | 3:08 p.m.

ସୁବର୍ଣ୍ଣପୁର : ୩୦ କେଜି ଗଞ୍ଜେଇ ସହ କାର ଜବତ ।  ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନି ପୃଥକ ମାମଲାରେ ଗଞ୍ଜେଇ ଚୋରାଚାଳାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି ଗଞ୍ଜେଇ ସହ କାରକୁ ଜବତ କରିଥିବାବେଳେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ପରେ ବ୍ଲକ ଛକରେ ଚଢାଉ କରି ଛତିଶଗଡର ଜଣେ ଅଭିଯୁକ୍ତଙ୍କ ଠାରୁ ୭ କେଜି ଗଞ୍ଜେଇ ଜବତ କରିଛି । ସେହିପରି ପଟାଭାଡି ଛକରୁ ଏକ ସ୍ୱିଫ୍ଟ କାରରୁ ୨୫ କେଜି ଗଞ୍ଜେଇ ସହ କାରକୁ ଜବତ କରିଛି ଅବକାରୀ ବିଭାଗ । ଏହି ତିନୋଟି କେସରେ ମୋଟ ୬୨ କେଜି ଗଞ୍ଜେଇ ସହ  ୪ ଜଣ ବ୍ୟକ୍ତି ଓ ଦୁଇଟି କାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଜି ସମସ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ADR REPORT
8m ago
265 ଜଣଙ୍କ ମଧ୍ୟରୁ 95 ଜଣ କୋଟିପତି; ଦିଲୀପ ରାୟ ସବୁଠୁ ଧନୀ
ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟର 35 ବିଧାନାଭାରେ 265 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ 87 ଜଣଙ୍କ ନାମରେ ଅପରାଧିକ ମାମଲ
ଚତୁର୍ଥ ଦିନରେ ଜାରି
36m ago
ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ
ଅର୍ଗସ ବ୍ୟୁରୋ: ଚତୁର୍ଥ ଦିନରେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ।ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ରଥଚାଳି ରେ ଜାରି ରହିଛି ନିର୍ମାଣ କାର୍ଯ୍ୟ।ଚତୁର୍ଥ ଦିନର
୧୪୦ କେଜି
୧୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ
ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ଅବକାରୀ ବିଭାଗ ଓ ମୋବାଇଲ ଟିମ ସ୍ଥାନୀୟ ହାଇସ୍କୁଲ ପଡ଼ା ନିବାସୀ ଚନ୍ଦନ ଦାସଙ୍କ ଘରେ ଚଢ଼ାଉ କରି ୧୨୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଏଠାରୁ ୨୦ କେଜି 600