ଚିଲିରେ ଜଳୁଛି ଜଙ୍ଗଲ, ଜନବସତି ଅଞ୍ଚଳକୁ ବ୍ୟାପିଗଲା ଜଙ୍ଗଲ ନିଆଁ
by Argus News
Mon, Feb 05 | 3:44 p.m.

ଅର୍ଗସ ବ୍ୟୁରୋ : ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ହଜାର ହଜାର ଲୋକ ଏଥିରେ ନିଖୋଜ ଥିବା ସୂଚନା ମିଳିଛି । ନିଆଁ ଲାଗି ୧୪୦୦ ଘର ପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍‌ ମାର୍‌ ଓ ଭାଲ୍‌ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି । ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି । ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି । ଆକାଶରୁ ହେଲିକପ୍ଟର୍‌ ପାଣି ପକାଉଥିବା ବ‌େଳେ ଦମକଳ ବାହିନୀକୁ ସହଯୋଗ କରିବା ଲାଗି ସେନାବାହିନୀ ମଧ୍ୟ ସେ ଅଞ୍ଚଳରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର

ଏହି ବନାଗ୍ନିରେ ପାଖାାପାଖି ୧୬୦ ବର୍ଗକିଲୋମିଟର ଅଞ୍ଚଳ ଜଳିପୋଡି ନଷ୍ଟ ହୋଇସାରିଛି । କଳା ଧୂଆଁରେ ସମଗ୍ର ଆକାଶ ଧୂମାଚ୍ଛନ୍ନ ହୋଇଯାଇଛି । ଅନେକ ଘର ଦ୍ବାର, ଗାଡି ମଧ୍ୟ ଜଳି ଯାଇଛି । ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଏଭଳି ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଲୋକମାନଙ୍କୁ ସତର୍କ ରହିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଦେଶର ଭାଲପାରାଏଜୋ ରାଜ୍ୟରେ ୪ଟି ସ୍ଥାନରେ ଭୟଙ୍କର ଭାବେ ନିଆଁ ବ୍ୟାପିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି । 

ରାଇବଣିଆ ଅଞ୍ଚଳରେ
1m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ