ଏହି ୩ଟି ଖରାପ ଅଭ୍ୟାସ ପକେଟ୍‌ ଖାଲି କରିଦେଇଥାଏ 
by Argus News
Thu, Apr 18 | 4:50 p.m.

ନୂଆଦିଲ୍ଲୀ: ପକେଟ ଖାଲି କରିଦେବ ଏହି ତିନୋଟି ଖରାପ ଅଭ୍ୟାସ। ଏହି ଅଭ୍ୟାସ ରଖିଲେ ଘରୁ ମଧ୍ୟ ହସଖୁସି  ଚାଲିଯାଇଥାଏ। । ଆଚାର୍ଯ୍ୟ ଚାଣକ୍ୟ  ମନୁଷ୍ୟଙ୍କ ଏପରି ତିନୋଟି ଖରାପ ଅଭ୍ୟାସ ବିଷୟରେ ବର୍ଣ୍ଣନା କରିଛନ୍ତି  ଯେଉଁଥିପାଇଁ  ପକେଟ ସବୁବେଳେ ଖାଲି ହୋଇଯାଇଥାଏ।  ଏପରି ଅଭ୍ୟାସ ଯୋଗୁ  ବ୍ୟକ୍ତି ନିଃସଙ୍ଗ ରହିଥାଏ।  ଅନ୍ୟ ଠାରୁ  ଟଙ୍କା ଧାର ଉଧାର କରିବାର ଆବଶ୍ୟକତା ପଡିଥାଏ।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  କେବେ ବି ବ୍ୟର୍ଥ  ଜିନିଷରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ।  ବରଂ ସଞ୍ଚୟ କରନ୍ତୁ।  ସେଭିଙ୍ଗ କରୁଥିବା  ଲୋକେ ସବୁବେଳେ  ଧନବାନ  ହୋଇଥାନ୍ତି।  ସେହିପରି ବ୍ୟର୍ଥ ବା ଅଜଥା ଖର୍ଚ୍ଚକରୁଥିବା  ଲୋକ   ସର୍ବଦା ଚିନ୍ତାଗ୍ରସ୍ତ ଏବଂ ଅଭାବୀ ରହିଥାଏ।  

ଏପରି ବ୍ୟକ୍ତିଙ୍କ ପକେଟ୍‌କୁ ଟଙ୍କା ଆସେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ  ରହିନଥାଏ।  କିଛିନା କିଛି  ବାଟରେ ଖର୍ଚ୍ଚ ହୋଇଯାଇଥାଏ।  ଚାଣକ୍ୟଙ୍କ ଅନୁସାରେ ମଣିଷଙ୍କୁ  ଦାନ  କରିବା  ଆବଶ୍ୟକ କିନ୍ତୁ ନିଜ ସାମର୍ଥ୍ୟ ଅନୁସାରେ  ଦାନ କରିବା ଦରକାର ।  ଅଧିକ ଦାନ କରିବା ମଧ୍ୟ ବ୍ୟକ୍ତି ପାଇଁ କ୍ଷତିକାର।  ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି  ଟଙ୍କାକୁ ନେଇ କେବେ ଆତ୍ମଗର୍ବ କରିବନି  କାରଣ ଅହଙ୍କାର  ବ୍ୟକ୍ତିକୁ ବର୍ବାଦ କରିଦେଇଥାଏ।  ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କାର ଅହଙ୍କାର ଥାଏ ସେମାନଙ୍କ ନିକଟରେ  ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ।   

ଅଧିକ ପଢନ୍ତୁ ଭାରତ ଖବର 

REPOLLING
10m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
14m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
18m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍