ସହିବା କେତେ ଦିନ ? ଓଡ଼ିଶାରେ ଆଣିବା ପରିବର୍ତ୍ତନ
by Argus News
Wed, Apr 24 | 7:15 p.m.

ଅର୍ଗସ ବ୍ୟୁରୋ: ଓଡିଶାରେ ଓଡିଆ ଅସ୍ମିତାକୁ ବିପଦ । ଜଗନ୍ନାଥ ସଂସ୍କୃତି ଧ୍ଵଂସ କରିଛି ବିଜେଡି ସରକାର । ଅଣଓଡିଆର ପ୍ରଚାର ପାଇଁ ମହାପ୍ରଭୁଙ୍କୁ ଟ୍ରଲିରେ ଭିକ ମଗାଇ କଲେ ଅପମାନ । ଏବେ ଯାଏଁ ଖୋଲୁନି ରତ୍ନଭଣ୍ଡାର କେଳେଙ୍କାରୀ ଗୁମର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ମଠ, ମନ୍ଦିର ଭାଙ୍ଗି ଓଡିଶାର ଐତିହ୍ୟକୁ କଲେ ଧ୍ଵଂସ କଲେ ସରକାର । ପାଣ୍ଡିଆନଙ୍କ କାର୍ଟୁନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ଧ୍ଵଂସର ଅଭିଯୋଗ ଆଣିଲା ବିଜେପି । ପାଣ୍ଡିଆନଙ୍କୁ କଳା ପାହାଡ କହିଲା ଦଳ । ଏଭଳି ଢଙ୍ଗରେ ଚାର୍ଜସିଟ ଆଣି ବିଜେଡ଼ିର 25 ବର୍ଷ କୁଶାସନର କଳା ଚିଠା ଖୋଲିଛି ବିଜେପି ।

ବିଜେଡି ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ଭୋଟ ଆଗରୁ ବିଜେପି କଲା ବିଜେଡ଼ି ସରକାରର ଭଣ୍ଡା ଫୋଡ । ଚାର୍ଜ ସିଟ ମାଧ୍ୟମରେ ବିଜେଡ଼ିର 25 ବର୍ଷ କୁଶାସନର କଳା ଚିଠା ଖୋଲିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଫଳତାର ଗୋଟି ଗୋଟି ହିସାବ ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । 
ଥରେ ନଜର ପକାନ୍ତୁ ଚାର୍ଜସିଟରେ କେଉଁ ସବୁ ପ୍ରସଙ୍ଗକୁ ମୁଦ୍ଦା କରିଛି ବିଜେପି ।

ଚାଷୀହନ୍ତା ବିଜେଡ଼ି : କୁଆଡେ ଗଲା 314 ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି ? ସବୁ ବ୍ଲକରେ 35 ପ୍ରତିଶତ ଜଳସେଚନ  ପ୍ରତିଶ୍ରୁତି ପାଲିଟିଛି ପାଣିର ଗାର । 75 ଲକ୍ଷ ଚାଷୀଙ୍କୁ ଦେବେ କହି ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ କାଳିଆ ସହାୟତା । ମଣ୍ଡି ଅବ୍ୟବସ୍ଥା ଓ ମିଲର୍ ପ୍ରୀତି ଯୋଗୁଁ ଦଳାଲଙ୍କୁ କମ୍ ଦରରେ ଧାନ ବିକୁଛି ଚାଷୀ । ସରକାରୀ ଅନିୟମିତତା ପାଇଁ ଋଣ ବୋଝରେ ଆତ୍ମହତ୍ୟା କରିଛନ୍ତି 1895 ଚାଷୀ । କୃଷି ଯନ୍ତ୍ରପାତି ଏବଂ ଓମଫେଡ ସ୍କାମରେ ହୋଇଛି ଶହ ଶହ କୋଟିର ହେରଫେର ।

ମହିଳା ବିରୋଧୀ : ମାକୁ ସମ୍ମାନର ନାରା ଦେଉଛି ଶାସକ ଦଳ । କିନ୍ତୁ ଓଡ଼ିଶା ମହିଳା ନିର୍ଯାତନାରେ 1 ନମ୍ବର । ମହିଳା ହତ୍ୟାରେ ଦେଶରେ ଟପ୍ 4ରେ ଓଡ଼ିଶା । 24 ଘଣ୍ଟାରେ ନିଖୋଜ ହେଉଛନ୍ତି 11 ବାଳିକା । 
ଯୁବ ବିରୋଧୀ : 10 ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ଦାଦନ ମୁହାଁ । 9 ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ ଉଚ୍ଚ ଶିକ୍ଷିତ ଯୁବକ ବେକାର । 4 ହାଜର 300ରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ପଦବୀ ଖାଲି ।
ଜନଜାତି ବିରୋଧୀ : ୫୪୧ ବିଶେଷ ଜନଜାତି ଗୋଷ୍ଠୀରୁ ୧୧୭ ଜନଜାତିଙ୍କ ପାଖରେ ପହଞ୍ଚିନି ବିକାଶ । ୭୫ ପ୍ରତିଶତ ଜନଜାତି ହିତାଧିକାରୀ ମାଟ୍ରିକ ପରବର୍ତ୍ତୀ ମେଧାବୃତ୍ତିରୁ ବଞ୍ଚିତ । ଆଦିବାସୀ ଗାଁରୁ ରାସ୍ତା ନାହିଁ, ଏବେ ବି ଖଟିଆ ଓ କାନ୍ଧରେ ବୁହା ହେଉଛନ୍ତି ରୋଗୀ । ନୂଆ ଜମି ଅଧିଗ୍ରହଣ ନିୟମ ଆଣି ଆଦିବାସୀଙ୍କ ଜମି ହଡପ ପାଇଁ କରିଥିଲେ ଷଡଯନ୍ତ୍ର ।
ଅପରାଧରେ ନମ୍ବର ୧ : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ କ୍ରାଇମ କ୍ୟାପିଟାଲ । ୪୫ ବିଜେଡି ବିଧାୟକଙ୍କ ନାଁରେ ଅପରାଧିକ ମାମଲା । ବାଡ ଖେତ ଏଠି ଖେତ ଖାଉଛି । ପୋଲିସ ପ୍ରଶାସନ ବିଫଳ ।
ବିଜୁଳି କେଳେଙ୍କାରୀ : ତାମିଲନାଡୁକୁ ଓଡିଶା ସରକାର ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ବିଦ୍ୟୁତ ବିକ୍ରି କରୁଥିବା ବେଳେ ଓଡିଶାବାସୀ ୟୁନିଟ ପିଛା ଦେଉଛନ୍ତି ୨ ଟଙ୍କା ୮୩ ପଇସା । ଭିତ୍ତିଭୂମି ସଜଡାରେ ୨୦ ହଜାର କୋଟି ଖର୍ଚ୍ଚ । କିନ୍ତୁ ବିଦ୍ୟୁତ ବଳକା ରାଜ୍ୟ ଓଡିଶାରେ ଘନ ଘନ ବିଦ୍ୟୁତ କାଟ୍ । ଉପଭୋକ୍ତାଙ୍କୁ ଲୁଟୁଛନ୍ତି ଘରୋଇ କମ୍ପାନୀ ।
ଶ୍ରେୟ କାଙ୍ଗାଳ ବିଜେଡି : କେନ୍ଦ୍ର ଦେଉଥିବା ପିଏମ ଆବାସରେ ବିଜୁ ପକ୍କା ଘର ଷ୍ଟିକର ଲଗାଇ ନେଲେ ମିଛ ବାଃ ବାଃ ।ଆୟୁଷ୍ମାନ ଭାରତ ଲାଗୁ ନକରି ବିଏସକେୱାଇ ନାଁରେ କେଳେଙ୍କାରୀ । ମୋଦି ପଠାଉଥିବା ପିଡିଏସ ଚାଉଳ କେନ୍ଦ୍ରରେ ନବୀନଙ୍କ ଫଟୋ ଲଗାଇବା ସହ ଶସ୍ତା ବ୍ୟାଗ ଦେଇ ଲୋକଙ୍କୁ କରାଯାଉଛି ଭ୍ରମିତ । ଜଳ ଜୀବନ ମିଶନ ପାଣ୍ଠିର ଅପବ୍ୟବହାର, ବସୁଧା ଯୋଜନା ସମ୍ପୂର୍ଣ୍ଣ ବିଫଳ ।
ଭୁଷୁଡି ପଡିଛି ସ୍ଵାସ୍ଥ୍ୟ ବ୍ୟବସ୍ଥା : ୬୪.୩ ପ୍ରତିଶତ ମହିଳା ରକ୍ତ ହୀନତାର ଶିକାର । ୪୮ ହଜାର ଶିଶୁ ଗମ୍ଭୀର କୁପୋଷଣର ଶିକାର । ରାଜ୍ୟରେ ୩ ହଜାରରୁ ଅଧିକ ଡାକ୍ତର ପଦବୀ ଖାଲି । 
ଦୁର୍ନୀତି : 5T ରୂପାନ୍ତରୀକରଣ ନାଁରେ ବଡ ଦୁର୍ନୀତି । ୮ ହଜାର ସ୍କୁଲ ବନ୍ଦ, ପାଠ ଛାଡିଛନ୍ତି ୭ ଲକ୍ଷ ପିଲା ।

ନ୍ୟାୟ ଦେବାରେ ବିଫଳ : ବେବିନା, ଇତିଶ୍ରୀ, ମଧବୀଲତା, କୁନ୍ଦୁଲି ପୀଡିତା, ମମିତା, ପରୀ, ପିହୁ କାହାକୁ ମିଳିଲାନି ନ୍ୟାୟ ।
ଖଣିଲୁଟ : ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଲୁଟ କରି କଳିଙ୍ଗକୁ କାଙ୍ଗାଳ କଲା ବିଜେଡି ସରକାର ।
ଏହାସହ ୨୫ ବର୍ଷର ବିଜେଡି ସରକାରକୁ ୨୫ ପ୍ରଶ୍ନ ପଚାଚିଛି ବିଜେପି । ଓଡିଆ ଅସ୍ମିତାର  ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ସାହସ ହେଲା କେମିତି ? ଚିଟଫଣ୍ଡ କ୍ଷତି ଗ୍ରସ୍ତଙ୍କ ହଜାର ହଜାର କୋଟି ଗିଳିଲା କିଏ ? ଓଡିଶାର ଖଣିକୁ ଲୁଟିଛି କିଏ ? ସନାତନ ବିରୋଧୀ ମନୋଭାବ କାହିଁକି ? ଏସବୁ ସହ ୨୫ଟି ପ୍ରଶ୍ନ ପଚାରି ବିଜେଡିକୁ କାଠଗଡା ଟାଣିଛି ବିଜେପି । ୨୪ ନିର୍ବାଚନ ପାଇଁ ଏ ଚାର୍ଜସିଟକୁ ଓଡିଶାର ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ