ଯବାନଙ୍କ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ, ଏବେ ବି ଫେରାର ଅଭିଯୁକ୍ତ
by Argus News
Fri, Dec 08 | 2:55 p.m.

ଅର୍ଗସ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । କ୍ରିକେଟ ଖେଳରୁ ବଚସା ଆଉ ତା ପରେ ହତ୍ୟା । ଯବାନଙ୍କୁ ପିଟିପିଟି ମାରିଦେଲେ ଦୃର୍ବୃତ୍ତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି କାଳିପଲ୍ଲୀ ଗ୍ରାମରେ । ନିଜର ୧୦ ଦିନର ଝିଅକୁ ଛାଡି ସବୁ ଦିନ ପାଇଁ ଛାଡି ଚାଲିଗଲା ବାପା । ନିଜ ନବଜାତ ଶିଶୁକୁ ଦେଖିବା ପାଇଁ ୨୦ ଦିନର ଛୁଟି ନେଇ ଘରକୁ ଆସିଥିଲେ ଭାରତୀୟ ସେନାରେ କାମ କରୁଥିବା କାଳିପଲ୍ଲୀର ଯୁବକ ଜି. ଦିଲେଶ୍ୱର ପାତ୍ର  । ଝିଅ ପାଇଁ ବେସ ଖୁସି ଥିଲା ପୁରା ପରିବାର ହେଲେ ଏହି ହସ ଖୁସିର ପରିବାର ଉପରେ ଲାଗି ଗଲା କାହାର ନଜର । 

ଗଲା ୩ ତାରିଖ ଦିନ ଗୋପାଳପୁର ଠାରେ ଚାଲିଥିବା କ୍ରିକେଟ ମ୍ୟାଚ ଦେଖିବା ପାଇଁ ଘରେ କହି ଯାଇଥିଲେ । ଆଉ ସେଠାରେ କୌଣସି ଏକ କାରଣକୁ ନେଇ ଦୃର୍ବୃତ୍ତଙ୍କ ସହ ବଚସା ହୋଇଥିଲା । ଆଉ କ୍ରିକେଟ ଖେଳ ଦେଖି ଘରକୁ ଫେରିବା ବେଳେ ହରିପୁର ଛକ ନିକଟରେ ଜଗିରହିଥିବା ଦୃର୍ବୃତ୍ତ ମାନେ କରିଥିଲେ ଆକ୍ରମଣ । ଘଟଣା ସ୍ଥଳରେ ଟଳି ପଡିଲେ ଡିଲେଶ୍ୱର । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ ଭୁବନେଶ୍ୱର ଅଣାଯାଇଥିଲା । ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଛନ୍ତି ଡିଲେଶ୍ୱର । ଯବାନଙ୍କ ମୃତ୍ୟୁ ପରେ ଚାରିଆଡେ ଚହଳ ପଡିଛି । ଜଣେ ଯବାନଙ୍କୁ କେମିତି ଦୃର୍ବୃତ୍ତ ମାନେ ହତ୍ୟା କଲେ ବୋଲି ଚର୍ଚ୍ଚା ହେଉଛି । 

 

ଏହି ଚର୍ଚ୍ଚା ଭିତରେ ଡିଲେଶ୍ୱରଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଅଭିଯୋଗ ଅନୁସାରେ, ଗୋପାଳପୁରରେ ହେଉଥିବା କ୍ରିକେଟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଡିଲେଶ୍ୱର । ସେହି ସମୟରେ କୌଣସି କାରଣରୁ ମ୍ୟାଚରେ ହାରି ଯାଇଥିବା ଦଳର ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା । ତାପରେ ଫେରିବା ବାଟରେ ଡିଲେଶ୍ୱରଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । 

ଅନ୍ୟପଟେ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ସେଦିନର ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କୁ ଖୋଜିବା ସହ ଜଣଙ୍କୁ ଅଟକି ରଖି ପଚରାଉଚୁରା କରୁଛି ଗଞ୍ଜାମ ପୋଲିସ । ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ମର ଶରୀର ଗାଁରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଗାଁ ମଶାଣିରେ ଗାର୍ଡ ଅଫ ଅନର ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଜନ୍ମ ମାଟିରେ ହୋଇଥିଲା  ଯବାନଙ୍କ ଶେଷକୃତ୍ୟ ।
 

ରାଜଧାନୀରେ କୋଷ୍ଟଗାର୍ଡ
2m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
30m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା