ଆକାଉଣ୍ଟକୁ ପଇସା ପଠାଇ ଠକୁଛନ୍ତି ଦୁର୍ବୁତ୍ତ
by Argus News
Fri, May 10 | 3:47 p.m.

ଅର୍ଗସ ବ୍ୟୁରୋ : ପାର୍ଟ ଟାଇମ୍ ଜବ କରିବାକୁ ଚାହୁଁଥିଲେ ସାବଧାନ ହୋଇଯାଆନ୍ତୁ। ହୋଇପାରନ୍ତି ଠକାମିର ଶୀକାର। ଅଧିକ ଟଙ୍କା ରୋଜଗାର ଲୋଭରେ ହରାଇପାରନ୍ତି ଜୀବନଯାକର ପୁଞ୍ଜି। ହଁ ଆଜ୍ଞା ପାର୍ଟ ଟାଇମ ଜବ୍ ନାଁରେ ଲୋକଙ୍କୁ ଠକୁଛନ୍ତି ଦୁର୍ବୁତ୍ତ। ଏହା ଦାବି କରାଯାଉଛି ଯେ ଭିଡ଼ିଓକୁ ଖାଲି ଲାଇକ୍ କରି ଆପଣ ଟଙ୍କା ରୋଜଗାର କରିପାରିବେ।

ସୂଚନା ଅନୁଯାୟୀ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ ଯେଉଁଥିରେ ଏହା ଦାବି କରାଯାଇଥିବ ଯେ ଆପଣ ଖାଲି ୟୁଟ୍ୟୁବ୍ ର କିଛି ଭିଡିଓକୁ ଲାଇକ କରି ଟଙ୍କା ରୋଜଗାର କରିପାରିବେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଠକ ମାନେ ପ୍ରଥମେ ଆପଣଙ୍କ ଆକାଉଣ୍ଟକୁ କିଛି ପଇସା ପଠାଇବେ ଯାହା ଦ୍ବାରା ଆପଣ ସେମାନଙ୍କୁ ଭରସା କରିପାରିବେ। ତାପରେ ଲୋକମାନେ ନିଶ୍ଚିତ ହୋଇ ବିଶ୍ବାସ କରନ୍ତି। ବାସ୍ ତାପରେ ଲୁଟିଥାନ୍ତି ଦୁର୍ବୁତ୍ତ।

ସେମାନେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଦିଅନ୍ତି ଏବଂ ନିଜ ଏକାଉଣ୍ଟ ବିବରଣୀ ପୂରଣ କରିବାକୁ କହିଥାନ୍ତି । ବାସ୍ ତାପରେ ପୁରା ସ୍କାମ ଆରମ୍ଭ ହୋଇଯାଏ। ବାସ୍ତବରେ ସେମାନେ ଲୋକମାନଙ୍କୁ ନକଲି ଏକାଉଣ୍ଟ ଗୁଡିକର ଲିଙ୍କ ଦେଇଥାନ୍ତି ଯେଉଁଥିରେ ଲୋକଙ୍କୁ ଲାଗିବ ଯେ ତାଙ୍କ ଏକାଉଣ୍ଟର ଟଙ୍କା କ୍ରେଡିଟ ହଉଛି କିନ୍ତୁ ପ୍ରକୃତରେ ତାଙ୍କ ଏକାଉଣ୍ଟରୁ ଟଙ୍କା ଖାଲି ହେଉଥାଏ। ତେଣୁ ଯଦି ଆପଣ ଏଭଳି ମେସେଜ ପାଉଛନ୍ତି କୌଣସି ରପ୍ଲାଏ ନକରି ତୁରନ୍ତ ଏହାକୁ ଡିଲିଟ କରନ୍ତୁ ଏବଂ ସାଇବର ପୋଲିସର ସହାୟତା ନିଅନ୍ତୁ |

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍