ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
by Argus News
Thu, May 09 | 4:23 p.m.

ଅର୍ଗସ ବ୍ୟୁରୋ:  ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜନ ବଢ଼ିଥାଏ। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ଡେରି ଯାଏଁ ଚୋବାଇବା ଦ୍ୱାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ ।

ଏହା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ। ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଦ୍ୱାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଡେରି ପର୍ଯ୍ୟନ୍ତ ଖାଇବା ଦ୍ୱାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଏବଂ ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

ଆଗାମୀ ୫ ଦିନ ରାଜ୍ୟରେ
7m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର
ହଳଦିଆ ତରଭୁଜ
10m ago
ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ
ନୂଆଦିଲ୍ଲୀ: ସମର ସିଜନର ଫଳମାନଙ୍କ ମଧ୍ୟରେ ରାଜା ଆମ୍ବ। ଆମ୍ବ ସହିତ ଅନ୍ୟ ଏକ ଫଳ ହେଉଛି ତରଭୁଜ । ଯାହାକୁ ମଧ୍ୟ ଲୋକେ ମାନେ ଖୁବ ପସନ୍ଦ
ଋଣ ଭାର ସହି
12m ago
ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ
ଅର୍ଗସ ବ୍ୟୁରୋ: ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା। ଋଣ ଭାର ସହି ନ ପାରି ପାଟଣାରେ ଆତ୍ମହତ୍ୟା କଲେ ଚାଷୀ । ବିଜେଡି ଶାସନରେ ବଢୁଛି ଚାଷୀ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାର କୃଷକ ମାନଙ୍କ ପାଇ