ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
by Argus News
Tue, Jul 02 | 12:53 p.m.

ପୁରୀ: ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ  । ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା କରାଯାଇଛି ।  ପୁରୀରେ ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୧୦୦ ହିଟ୍ ଷ୍ଟ୍ରୋକ ୟୁନିଟ ପାଇଁ ବ୍ୟବସ୍ଥା କରାଯିବ । ସରକାରୀ ଓ ସେବା ମନୋଭାବ ନେଇ ଆସୁଥିବା ଅତିରିକ୍ତ ୧୭୯ ଡାକ୍ତରଙ୍କୁ ଦାୟିତ୍ଵ ଦିଆଯିବ ।୨ ଅତ୍ୟାଧୁନିକ ଏଏଲଏସ ଆମ୍ବୁଲାନ୍ସ ସହିତ ମହଜୁଦ ରହିବ ସରକାରଙ୍କ ତରଫରୁ ୩୦ ଆମ୍ବୁଲାନ୍ସ ଓ ଏନ୍ ଜିଓ ଯୋଗାଇ ଦେବେ ଅନ୍ୟ ୩୦ ଗୋଟି ଆମ୍ବୁଲାନ୍ସ ।

ସରକାରଙ୍କ ପକ୍ଷରୁ ୩୫ ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ରହିବା ସହିତ ଏନ୍ ଜି ଓ ତରଫରୁ ୨୫ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ରହିବ । ସେହିଭଳି ୭ ଟି ଫୁଡ୍ ସେଫଟି ଯାଞ୍ଚ ଟିମ୍ ପୁରୀରେ ମହଜୁଦ ରହିବେ ।୨୦୦ ୟୁନିଟ୍ ରକ୍ତ, ରକ୍ତଭଣ୍ଡାରରେ ମହଜୁଦ ରହିବ । ୪୨ଟି ଅତିରିକ୍ତ ପାଣି ଟାଙ୍କି ମହଜୁଦ ରହିବା ସହ ୨୦ ଲକ୍ଷ ପାଣି ବୋତଲ ଭକ୍ତଙ୍କୁ ବଣ୍ଟନ ପାଇଁ ରଖାଯାଇଛି । 

ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ

ବିଭିନ୍ନ ସ୍ଥାନରେ ଥିବା ୧୬୫ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କୁ ଫର୍ମେସନ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଭିଡକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଜଳ ସିଞ୍ଚନ ପାଇଁ ୩୦ ଟି ହ୍ୟାଣ୍ଡ ସ୍ପ୍ରେ ୟୁନିଟ୍ ମହଜୁଦ ରହିବ । ସେହିଭଳି ବଡ ଦାଣ୍ଡରେ କୌଣସି ଚାର୍ଜ ଲିକ୍ ନହେବା ପାଇଁ ଟି ପିସିଓଡିଏଲ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୮ ଟି ପାର୍କିଂ ପ୍ଲେସ୍ କୁ ଚିହ୍ନଟ କରାଯାଇଛି । ରେଳ ବିଭାଗ ପକ୍ଷରୁ ୩୧୫ ସ୍ବତନ୍ତ୍ର ଟ୍ରେନ, ୩୫ ଟି ଟିକେଟ କାଉଣ୍ଟର ଓ ୫ ଟି ସୂଚନା କାଉଣ୍ଟର ବ୍ୟବସ୍ଥା କରାଯାଇଛି ।


 

ଟ୍ରେନ
1m ago
C/FA ଏବଂ W/L ମାନେ କ'ଣ?
ଅର୍ଗସ ବ୍ୟୁରୋ: ଆପଣ ସମସ୍ତେ ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଟ୍ରେନକୁ ନେଇ ଏମିତି ଅନେକ ଫ୍ୟାକ୍ଟ ଥାଏ ଯାହା ବହୁତ ଲୋକ ଜାଣିଥାନ୍ତି କାରଣ ବହୁତ କମ ଲୋକ ସେ ସବୁ ଫ୍ୟାକ୍ଟ ଉପରେ ଧ୍ୟା
ରତ୍ନଭଣ୍ଡାର
6m ago
8 ରେ ଖୋଲିବନି ରତ୍ନଭଣ୍ଡାର !
ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏନେଇ ସୂଚନା ଦେଇଛନ୍ତି । ୮ ରେ ରଥଯାତ୍ରା ଥିବାର
HINA KHAN
39m ago
କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଭିଡିଓ ଭାଇରାଲ...
ଅର୍ଗସ ବ୍ୟୁରୋ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ତାଙ୍କୁ କିଏ ବା ନଜାଣେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ହେଉ ଅବା ତାଙ୍କର ସୁନ୍ଦରତା ପାଇଁ ହେଉ ସେ ଖୁ