ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ମୁଖ୍ୟମନ୍ତ୍ରୀ
by Argus News
Sat, Jul 06 | 10:08 a.m.

ଅର୍ଗସ ବ୍ୟୁରୋ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।  ରଥଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ସଫେଇ କଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସ‌ିଂହଦେଓ ଏବଂ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।  ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ଆଇନ ଶୃଙ୍ଖଳା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ୪ ଏସପି ପାହ୍ୟା ଅଧିକାରୀ, ୭ ଅତିରିକ୍ତ ଏସପି, ୧୯ ଡିଏସପିଙ୍କ ସମେତ ୫୫ ଇନ୍ସପେକ୍ଟର, ୩୩୭ ଏସ୍ଆଇ, ଏଏସ୍ଆଇ ଓ ୧୩୦୦ ହୋମଗାର୍ଡଙ୍କ ଦାୟିତ୍ବରେ ରହିବ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ଵ । ସହରର ମୋଟ ୨୧ଟି ସ୍ଥାନ ପାର୍କିଂ ପାଇଁ ନିରୂପଣ କରାଯାଇଛି । ବସ୍ ପାଇଁ ୪ଟି, ଲାଇଟ୍ ଭେହିକିଲ ପାଇଁ ୧୧ ଓ ଦୁଇଚକିଆ ପାଇଁ ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ମାଳତୀ ପାଟପୁରଠୁ ଏକ କିମି ପୂର୍ବରୁ ତିନି ଲେନର ବ୍ୟବସ୍ଥା କରାଯାଇଛି । ଇନ୍ ସାଇଡ ଟ୍ରାଫିକ ପାଇଁ ମୋଟ୍ ୯ଟି ଜୋନ, ୧୮ଟି ସେକ୍ଟର ଓ ଆଉଟ୍ ସାଇଡ ଟ୍ରାଫିକ ପାଇଁ ୫ଟି ଜୋନ ଓ ୧୧ଟି ସେକ୍ଟର ରଖାଯାଇଛି । ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ରଖାଯିବା ସହ ରାଜପଥର ୪୦ଟି ସ୍ଥାନରେ ସିସିଟିଭି ଇନଷ୍ଟାଲ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା