ରାୟଗଡ଼ାରେ ଅଜଣା ରୋଗରେ ମୃତ୍ୟୁ ଘଟଣାର କାରଣ ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
by Argus News
Sat, Jun 15 | 5:53 p.m.

ଅର୍ଗସ ବ୍ୟୁରେୋ: ଏବେ ଆକ୍ସନ ମୋଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ରାୟଗଡା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଖବରକୁ ନେଇ ତଦନ୍ତ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଗଣମାଧ୍ୟମରେ କାଶୀପୁରରେ ଅଜଣା ରୋଗରେ ପଡି ଲୋକଙ୍କ ଜୀବନ ଯିବା ଖବର ବାଜିବା ପରେ ସରକାର ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟବିଭାଗକୁ ରାୟଗଡାର ଆଦିବାସୀ ଅଞ୍ଚଳରେ ଅଜଣା ରୋଗ ବ୍ୟାପିବା ପଛର କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଜଣା ରୋଗ ବ୍ୟାପିଥିବା ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଅଶାନ୍ତ ଲେବାନନ
7m ago
ଅଶାନ୍ତ ଲେବାନନ,ଇସ୍ରାଏଲ କରୁଛି ଭୟଙ୍କର ଆକ୍ରମଣ
ଅର୍ଗସ ବ୍ୟୁରୋ:ଇସ୍ରାଏଲ ଆଟାକରେ ଥରହର ଲେବାନନର ହିଜବୁଲ୍ଲା ଗଡ଼। ପଣ କରିଛି ଇସ୍ରାଏଲ ହିଜବୁଲ୍ଲାରର ସମସ୍ତଙ୍କୁ ମାରି ନେବୁ ନିଶ୍ବାସ ବୋଲି କହିଛି। ଏହାର ଉତ୍ତରରେ ହିଜବୁଲ୍ଲାକହିଛ
ରସୁଣ
10m ago
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ରସୁଣ
ଅର୍ଗସ ବ୍ୟୁରୋ: ରସୁଣ କେବଳ ଏକ ମସଲା ନୁହେଁ ଯାହା ଖାଦ୍ୟର ସ୍ୱାଦ ବଢାଇଥାଏ ଏହାର ବ୍ୟବହାର ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ଯଦି ଆପଣ ଖାଲି ପେଟରେ ରସୁଣ ଖାଆନ୍ତି ତେବେ ଏହା ଆପଣଙ୍
SPEED 10
11m ago
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ଦେଖନ୍ତୁ
ଅର୍ଗସ ବ୍ୟୁରୋ: ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ । ପ୍ରତି ପୋଲିସ ପାଖରେ ରହିବ ବାଇକ୍ । ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳ