ସମ୍ବଲପୁରରେ ବୋରଓ୍ବେଲରେ ଶିଶୁ ଫଶିଥିବା ଘଟଣା
by Argus News
Wed, Dec 13 | 5:01 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି । ତେବେ ଏହା ଦୁର୍ଘଟଣା ନୁହେଁ ଅପରାଧ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରେସମିଟରେ କହିଛନ୍ତି। ଉଦ୍ଧାର ଶିଶୁ ଏବେ ବିପଦମୁକ୍ତ ଅଛି। ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ। ତେବେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପ୍ରତିଟି ଜୀବନ ମୂଲ୍ୟବାନ। ଏଭଳି ଯେଉଁମାନେ କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। 

ତେବେ ଏଠି ପ୍ରଶ୍ନ ଗୋଟିଏ, ଆଜି ବି କଣ ଶିଶୁକନ୍ୟାଙ୍କ ପ୍ରତି ସମାଜରେ ଏଭଳି ମନୋଭାବ ରହିଛି । ସୃଷ୍ଟିର ପ୍ରକାରଭେଦ କଣ ? ପୁରୁଷ-ନାରୀ ପରା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ତେବେ କେମିତି ନିଜ ଜନ୍ମକଲା ପିଲା ପ୍ରତି ନିଷ୍ଠୁର ପାଲଟିଯାଆନ୍ତି ବାପା-ମାଆ ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବିଜେଡି
16m ago
ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି
ସମ୍ବଲପୁର: ଯୋଡି ଶଙ୍ଖ ପାଇଁ ଯୋଡି ୫୦୦ ଟଙ୍କା । ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି। MP ଏବଂ MLA ଭୋଟ୍‌ ପାଇଁ ଜଣଙ୍କ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛ
HANUMAN
28m ago
ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସ
2 CRORE FRAUD
33m ago
୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟା