୪ ବର୍ଷ ପରେ ସୁଧୁରୁଛି ଭାରତ-ଚାଇନା ସମ୍ପର୍କ : LAC ରେ ପୁଣି ପାଟ୍ରୋଲିଂ କରିବାକୁ ଉଭୟ ରାଜି
by Argus News
Tue, Oct 22 | 7:14 p.m.

ଅର୍ଗସ ବ୍ୟୁରୋ: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ସୁଧୁରୁଛି ଭାରତ-ଚାଇନା ସମ୍ପର୍କ । ଅର୍ଥାତ୍‌ ୨୦୨୦ ମସିହା ପରଠୁ ଲାଗିରହିଥିବା ତିକ୍ତତା ପରେ ଏଲଏସିରେ ଅଶାନ୍ତ ଦେଖାଯାଇଥିଲା । କିନ୍ତୁ ଏବେ ଏଲଏସିରେ ଉଭୟ ଦେଶ ପାଟ୍ରୋଲିଂ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି । ଉଭୟଙ୍କ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ହେବ ବୋଲି ଜଣାପଡ଼ିଛି । ବିଦେଶ ବ୍ୟାପାର ସଚିବ ବିକ୍ରମ ମିସ୍ରି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପାଟ୍ରୋଲିଂ ହେଲେ ୪ ବର୍ଷ ହେଲାଣି ଯେଉଁ ସମସ୍ୟା ଦେଖାଯାଇଥିଲା ତାହା ସମାଧାନ ହେବ । 

ବ୍ରିକ୍ସ ସମ୍ମିଳନୀରେ ଯୋଗଲ ଦେବାକୁ ଋଷିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି କି, ଏହି ଗସ୍ତ ବେଳେ ମୋଦି ଇରାନ ରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିବେ । ସୂଚନା ଅନୁସାରେ, ୨୦୨୦ରେ ଏଲଏସିରେ ତିକ୍ତତା ବଢିବା ପରେ ପାଟ୍ରୋଲିଂ ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ ଉଭୟ ଦେଶର ଆଲୋଚନା ପରେ ସ୍ଥିତି ସ୍ଵାଭାବିକ ହେବ ବୋଲି ଚର୍ଚ୍ଚା ଚାଲିଛି । 

ଏଲଏସିରେ ଉଭୟ ଦେଶ ପାଟ୍ରୋଲିଂ କରିବାର ଖବର ସାମ୍ନାକୁ ଆସିବା ପରେ ଏହା ସକରାତ୍ମକ ସ୍ଥିତି ବୋଲି ଜୟଶଙ୍କର କହିବା ସହିତ ସୀମାରେ ଶାନ୍ତି ଫେରାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହାରେ ଏଲଏସିରେ ଅଶାନ୍ତ ସୃଷ୍ଟି ହୋଇଥିଲା । ଉଭୟ ଦେଶର ସୈନ୍ୟ ଏକାଠି ହୋଇଥିଲେ । କିନ୍ତୁ ୪ ବର୍ଷ ପରେ ସ୍ଥିତିରେ ସୁଧାର ଆସିଛି । କୁହାଯାଉଛି କି ଉଭୟ ଦେଶ ୨୦ ସ୍ଥିତିକୁ ଫେରିଛନ୍ତି ।   

ଭାରତ ଓ ଚୀନ ସୀମା ବିବାଦ କିଛି ନୂଆକଥା ନୁହେଁ । ବର୍ଷବର୍ଷ ଧରି ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏମିତିକି ବାରମ୍ବାର ଆଲୋଚନା ପରେ ଶାନ୍ତ ହୋଇନାହିଁ । ହେଲେ ଏବେ ସ୍ଥିତିରେ ସୁଧାର ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୟଶଙ୍କର । କହିଛନ୍ତି, ୨୦୨୦ ସେପ୍ଟେମ୍ବରରେ ଯେତେବେଳେ ମୁଁ ଚୀନ୍‌ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ମସ୍କୋରେ ଭେଟିଥିଲି ସେତେ‌ବେଳଠାରୁ ଏ ନେଇ ଆଲୋଚନା ଆରମ୍ଭ ହୋଇଛି । ତେଣୁ ଶାନ୍ତି ଏବଂ ସ୍ଥିରତା ପାଇଁ ତାହା ଭିତ୍ତି ପକାଇଥିଲା । ୨୦୨୦ ମସିହା ପୂର୍ବରୁ ସୀମାରେ ଯେଭଳି ଶାନ୍ତି ରହିଥିଲା ତାହା ବଜାୟ ରହିବା ଆବଶ୍ୟକ । ଆମେ ବର୍ତ୍ତମାନ ସେହି ସ୍ତରକୁ ଫେରିବାକୁ ସକ୍ଷମ ହେବୁ ।

ବାରମ୍ବାର ଆଲୋଚନା ପରେ ଭାରତ-ଚୀନର ସମ୍ପର୍କ ସୁଧୁରୁଛି । କହିରଖୁଛୁ ଯେ, ୨୦୨୦ ମସିହାର ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଆସିଛି । ତେବେ ଦୁଇ ଦେଶ ମଧ୍ୟରେ ସଂପର୍କକୁ ସ୍ଵାଭାବିକ କରିବା ପାଇଁ ଉଭୟ ପକ୍ଷ ଏକାଧିକ ଥର କମାଣ୍ଡରସ୍ତରୀୟ ଆଲୋଚନା କରିଛନ୍ତି । ୨୦୨୨ ସେପ୍ଟେମ୍ବରରେ ଏ କ୍ଷେତ୍ରରେ ଏକ ବଡ଼ଧରଣର ଅଗ୍ରଗତି ହୋଇଥିଲା, ଯେତେବେଳେ ଉଭୟପକ୍ଷ ଏଲଏସିରୁ ସେନା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲେ। ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳର ପଏଣ୍ଟ-୧୫ ପାଟ୍ରୋଲିଂ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିଲା । ହେଲେ ଏବେ  ଦୁଇଦେଶ ମଧ୍ୟରେ ଶାନ୍ତି ଫେରୁଥିବା ଚର୍ଚ୍ଚା ଜୋର ।
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର