ଆଶ୍ଚର୍ଯ୍ୟ ! ଗର୍ଭବତୀ ଥିଲେ ଚାକିରି ମିଳିବନି ?
by Argus News
Wed, Jul 17 | 7:41 p.m.

ଅର୍ଗସ ବ୍ୟୁରୋ : ପ୍ରେଗନେନ୍ସି ଥିଲେ ଚାକିରି ମିଳିବନି ? ଏ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ, ଇଏ କେମିତିକା ନିୟମ ? ପ୍ରେଗନେନ୍ସି ପାଇଁ ସରକାର ଛୁଟି ଦେଉଛନ୍ତି । ହେଲେ ଏବେ ଚାକିରି ମିଳିବନି ବୋଲି କେମିତି ନିୟମ ହେଲା ? କିଏ କଲା ? କିଛି ଏମିତି ପ୍ରଶ୍ନ ମନରେ ଉଙ୍କି ମାରୁଥିବ । କିନ୍ତୁ ଏମିତି ନିୟମକୁ ନେଇ ଏବେ ଚର୍ଚ୍ଚା ହେଉଛି । କଥା ହେଲା, ଏମିତି ନିୟମ ଭାରତରେ ନୁହେଁ ବରଂ ପଡୋଶୀ ଚାଇନାରେ ହୋଇଛି । 

ଚୀନ୍‌ରେ ମହିଳାଙ୍କ ପ୍ରତି ଭେଦଭାବ ମାମଲା ପୁଣି ଥରେ ସାମ୍ନାକୁ ଆସିଛି । ଚୀନ୍‌ରେ ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ୧୬ କମ୍ପାନି ବିରୁଦ୍ଧରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । କାରଣ ଏହି କମ୍ପାନିଗୁଡିକ ମହିଳାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗର୍ଭଧାରଣ ପରୀକ୍ଷା କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଚୀନର ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗର ଟୋଙ୍ଗଜୋ ଜିଲ୍ଲା ଆଇନଜୀବୀ ଚଳିତ ବର୍ଷ ଆରମ୍ଭରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଯେଉଁଥି ଲାଗି ଥାନାରେ ଏନେଇ ମାମଲା ବି ରୁଜୁ ହୋଇଛି । ହେଲେ ସଂପୃକ୍ତ କମ୍ପାନୀ ଗୁଡ଼ିକ ବିରୋଧରେ କେତେ ଟଙ୍କାର ଜୋରିମାନା ହୋଇଛି ତାହା କିନ୍ତୁ ସ୍ପଷ୍ଟ ହୋଇନି ।

ଚାକିରି କରିବା ପୂର୍ବରୁ ପ୍ରେଗନେନ୍ସି ଟେଷ୍ଟ କରିବା ଆଇନତଃ ଅପରାଧ ।  ତେଣୁ ଏନେଇ ଦୁଇଟି ଡାକ୍ତରଖାନା ଏବଂ ଏକ ଶାରୀରିକ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା । ଯେଉଁଥିରେ ଜଣାପଡିଛି କି, ୧୬ ଟି କମ୍ପାନି ପକ୍ଷରୁ ଚାକିରି ଆବେଦନକାରୀଙ୍କ ଉପରେ ୧୬୮ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏ ନିର୍ଦ୍ଦେଶନାମା କିନ୍ତୁ ଲିଖିତ ଆକାରରେ ନୁହେଁ ବରଂ ମୌଖିକ ଆକାରରେ ଦିଆଯାଇଥିଲା । ଏ କଥା ମଧ୍ୟ ଜଣାପଡ଼ିଛି କି, ଯେଉଁମାନେ ଗର୍ଭବତୀ ଥିଲେ ସେମାନଙ୍କୁ ଚାକିରି ମିଳିନାହିଁ । ହେଲେ ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ମହିଳାଙ୍କୁ କ୍ଷତିପୂରଣ ଦିଆଯାଇଛି । 

ସେପଟେ ପୁରା ଘଟଣାରେ ଆଇନଜୀବୀ କହିଛନ୍ତି, ଆମେ ଏହି ପ୍ରମାଣରୁ ଅନୁମାନ କରିପାରିବା ଯେ ଏହି କମ୍ପାନିଗୁଡିକ ଗର୍ଭଧାରଣ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମାନ ନିଯୁକ୍ତି ସୁଯୋଗ ପାଇବା ପାଇଁ ମହିଳାଙ୍କ ଅଧିକାରକୁ ଉଲ୍ଲଂଘନ କରିଛନ୍ତି । ଦେଶର ନିୟମ ସ୍ପଷ୍ଟ ଭାବରେ ସଂସ୍ଥାଗୁଡ଼ିକୁ ଗର୍ଭଧାରଣ ପରୀକ୍ଷଣକୁ ନିଯୁକ୍ତିର ଏକ ଅଂଶ ଭାବରେ ବାରଣ କରିଛି, କିନ୍ତୁ ଅନେକ ନିଯୁକ୍ତିଦାତା ମାତୃତ୍ୱ ସୁବିଧା ପାଇଁ ଚିନ୍ତା କରୁଛନ୍ତି । ହେଲେ ଚାଇନାରେ ଗର୍ଭବତୀ ହେବା ପରେ ମା’ମାନେ ଛଅ ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର । ତେବେ ମୋଟ୍‌ ଉପରେ ଏମିତି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

ଦିନ ବେଳର
7m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
OSSSC
7m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ହବିଷ୍ୟାଳି
9m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ