ଦିନ ବେଳର ଖବର ସଂକ୍ଷେପରେ...
by Argus News
Thu, Aug 15 | 2:36 p.m.

ଅର୍ଗସ ବ୍ୟୁରୋ: ଦେଶ ସ୍ବାଧୀନତାକୁ ପୂରିଛି ୭୭ ବର୍ଷ..... ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି ପୁରା ଭାରତ....ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ। 
୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି......ଦେଶ ନିର୍ମାଣ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୋଦୀ ଉଦବୋଧନ ଦେଇଛନ୍ତି। 
୩- ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଇତିହାସ ରଚିଛନ୍ତି
୪- ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ ଏହାପରେ ମୋହନ କହିଥିଲେ ମୋଦୀଙ୍କ ନେତୃତ୍ବରେ ଭାରତର ଅର୍ଥନୀତି ୫ ଟ୍ରିଲିୟନ ହେବ ବୋଲି 
୫- ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା.......ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଗୋଟିଏ ଦିନ ଛୁଟି 
୬- ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା....ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ  କରିଥିବା ଜଣା ପଡିଛି....ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ 
୭- କୋଲକାତାରେ ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ଖୁଲ୍ଲାସା....ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ମିଳିଲା ପ୍ରମାଣ, କୋଲକାତାରେ ସିବିଆଇର ଛାନଭିନ
୮- ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ଯୋଜନା.....ଦିଲ୍ଲୀ-ପଞ୍ଜାବରେ ହାଇଆଲର୍ଟ
୯- ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି
୧୦- ଏମରଜେନ୍ସି’ର ଟ୍ରେଲର ରିଲିଜ ପରେ ସାଂସଦ କଙ୍ଗନା ରଣାୱତ ହେଲେ ଇମୋସନାଲ....କହିଲେ ‘ଆଜିର ଦିନ ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ.....ମୁଁ ଏହି ମୁଭି କରିବାକୁ ଖୁବ ପରିଶ୍ରମ କରିବା ସହିତ ଅନେକ ସମସ୍ୟାର ସାମ୍ନାକୁ ବି କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଲଘୁଚାପ ସୃଷ୍ଟି
11m ago
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା
ନାବାଳକ
31m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
58m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ